ଆସନ୍ତାକାଲି ଓଡିଶାରେ ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ମତଦାନ ପୂର୍ବରୁ ଆଇନ ଶୃଙ୍ଖଳାକୁ ନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ଡିଜିପି । ଆଇନଶୃଙ୍ଖଳା ଉପରେ ତୀକ୍ଷଣ ଦୃଷ୍ଟି ରଖିବା ସହ ହିଂସା ଉପରେ ଜିରୋ ଟଲେରେନ୍ସ ନୀତି ଅବଲମ୍ବନ କରାଯାଇଥିବା ଡିଜି ସୂଚନା ଦେଇଛନ୍ତି । ୧୧ ଜିଲ୍ଲାର ୯ ହଜାର ୧୬୨ ବୁଥରେ ମତଦାନ ହେବ । ସେଥି ମଧ୍ୟରୁ ୫୫୬ଟି ସମ୍ବେଦନଶୀଳ ବୁଥରେ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି । ମୋଟ ୩୩ ହଜାର ପୁଲିସ ଫୋର୍ସ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ନିୟୋଜିତ ହେବେ । ୧୧ ଜିଲ୍ଲାରେ ୬୫୫ ମୋବାଇଲ ପାଟ୍ରୋଲିଂ ପାର୍ଟି କାମ କରୁଛନ୍ତି । ଏହାଛଡା ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ୨୫୭ଟି ଫ୍ଲାଇଁ ସ୍କ୍ାଡ ଓ ୨୫୧ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ ପରିଭ୍ରମଣ କରୁଛି । ସେହିପରି ଜାନୁଆରି ପ୍ରଥମ ସପ୍ତାହରୁ ଆଜି ଯାଏଁ ୫୫ଟି ଆଂଟି ନକ୍ସଲ ଅପରେସନ ହୋଇଛି । ଅପରାଧୀଙ୍କ ବିରୋଧରେ ୩୪ ହଜାର ଗିରଫ ଦାରି ଜାରି ହେବା ସହ ୪ ହଜାର ପଳାତକଙ୍କ ବିରୋଧରେ ଲଟକା ଲାଗିଛି । ୭ ଜଣଙ୍କୁ ଏନଏସଏରେ ବୁକ କରାଯାଇଛି । ୨୩୬ ଜଣଙ୍କ ଠାରୁ ବେଆନ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ମୋଟ ୮୭ କୋଟି ଟଙ୍କାର ନିଶା ସାମଗ୍ରୀ ଜବତ ହୋଇଥିବା ଡିଜିପି ସୂଚନା ଦେଇଛନ୍ତି । ଏହାଛଡା ସୋସିଆଲ ମିଡିଆ ମନିଟରିଂ ସେଲ ଗଠନ କରାଯାଇ ଆପତିଜନକ ପୋଷ୍ଟ ହଟାଯାଉଥିବା ପୁଲିସ ଡିଜି କହିଛନ୍ତି ।
Trending
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ