ନିର୍ବାଚନ ଫଳାଫଳ ଘୋଷଣା ପରବର୍ତ୍ତୀ ଆଇନଶୃଙ୍ଖଳା ସ୍ଥିତି ନେଇ ଓଡ଼ିଶା ପୋଲିସର ପ୍ରସ୍ତୁତି । ଏନେଇ ସଜାଗ ରହିବା ସହ ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ପୋଲିସ ଡିଜି ଅରୁଣ ଷଡଙ୍ଗୀଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି ନିର୍ବାଚନ ଫଳାଫଳ ଘୋଷଣା ପରେ ହେବାକୁ ଥିବା ଶୋଭାଯାତ୍ରା କିମ୍ବା ସାଧାରଣ ଯାତ୍ରା ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ସତର୍କ କରାଯାଇଛି । ବିଜୟୀ ପ୍ରାର୍ଥୀ ଓ ପ୍ରତିପକ୍ଷ ଯେପରି ମୁହାଁମୁହିଁ ନହୁଅନ୍ତି ସେଥିପାଇଁ ଶୋଭାଯାତ୍ରା ବା ସଭା ପାଇଁ ସ୍ୱତନ୍ତ୍ର ରୁଟ୍ ଓ ସ୍ଥାନ ନିର୍ଦ୍ଧାରଣ କରିବାକୁ ପ୍ରସ୍ତୁତି ଚାଲିଛି । ଶୋଭାଯାତ୍ରା ଓ ସଭା ସ୍ଥଳରେ ସ୍ୱତନ୍ତ୍ର ବାହିନୀ ଜଗି ରହିବେ ବୋଲି ଡିଜିପି ନିର୍ଦେଶ ଦେଇଛନ୍ତି । ଫଳାଫଳ ଜଣାପଡିବା ପରେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ପର୍ଯ୍ୟାପ୍ତ ଦଙ୍ଗା ମୁକାବିଲା ସାମଗ୍ରୀ ଓ ପାଣିମାଡ଼ କରୁଥିବା ଗାଡି ଉପରେ ଗୁରୁତ୍ୱାରୋପ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ।
Trending
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
Prev Post
Next Post