ନବୀନ ସରକାର ଚାଷୀ ବିରୋଧୀ, କେବଳ ଚାଷୀ ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି ନବୀନ – ବିଜେପି ନେତା ପ୍ରଦୀପ ପୁରୋହିତ
ନବୀନ ସରକାର ଚାଷୀ ବିରୋଧୀ, କେବଳ ଚାଷୀ ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି ନବୀନ । ବିଜେଡି ଧୋକା ଏବଂ ପ୍ରତାରଣା ଦେବାରେ ଏକ ନମ୍ବର ଦଳ । ଚାଷୀ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ପ୍ରଦୀପ ପୁରୋହିତ କହିଛନ୍ତି, ’୨୪ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଆୟ ବଢାଇପାରିନେଲନି । ଚାଷୀଙ୍କ ଆୟକୁ ବିଚାର କଲେ ଓଡିଶା ଅନ୍ୟ ରାଜ୍ୟଙ୍କ ଠାରୁ ବହୁ ପଛରେ । କାଳିଆ ଯୋଜନାରେ ଚାଷୀଙ୍କୁ ୧୦ ହଜାର ଟଙ୍କା ଦେବେ କହି ଶାସନକୁ ଆସିଲେ କିନ୍ତୁ ଶାସନକୁ ଆସିବା ପରେ ଚାଷୀଙ୍କୁ ମାତ୍ର ୪ ହଜାର ଟଙ୍କା ଧରାଇଦେଇ କାମ ସାରିଦେଲେ । ରାଜ୍ୟର ଚାଷୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ନବୀନ । ଯେଉଁ ବୋନସ୍ ଦେବା କଥା କହିଥିଲେ ତାହା ବି ଦେଲେନି ।