ଅପରାଜିତାଙ୍କୁ ଅଟକାଇବାକୁ ବଡ଼ ଚାଲ୍ ଚଳାଇଲା ବିଜେଡି

ବିଧାନସଭା ଏବଂ ଲୋକସଭା ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ୯ ଲୋକସଭା ଆସନ ପାଇଁ ଦଳ ଟିକେଟ ଘୋଷଣା କରିଛି। ଏଥିରେ ସବୁଠୁ ବଡ଼ ନାଁ ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁ ରହିଥିଲା ବେଳେ ଭୁବନେଶ୍ୱରରେ ବଡ଼ ଚାଲ୍ ଚଳାଇଛି ବିଜେଡି। କିଛି କ୍ଷଣ ପୂର୍ବରୁ ଦଳରେ ଯୋଗ ଦେଇଥିବା ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ୱରରୁ ଲୋକସଭା ପ୍ରାର୍ଥୀ କରିଛି ବିଜେଡି। ଯେଉଁଠାରେ ବର୍ତମାନର ଏମପି ଅପରାଜିତା ଷଡ଼ଙ୍ଗୀଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି।