କଂଗ୍ରେସ ରାଜନୈତିକ ବ୍ୟାପାର କମିଟି ବୈଠକରେ ମଧ୍ୟ ୨୦୨୪ରେ ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତାମାନେ ସାଂସଦ ପ୍ରାର୍ଥୀ ହେବା ନେଇ ଆଲୋଚନା ହୋଇଛି । ସୁରେଶ ରାଉତ କହିଛନ୍ତି, ବରିଷ୍ଠ ନେତାମାନେ ନିର୍ବାଚନ ନ ଲଢ଼ିବା ଉଚିତ। ଯାହାକୁ ନେଇ କଂଗ୍ରେସ ଶିବିର ଉଷ୍ମ ହୋଇଛି । ସାଂଗଠନିକ ସ୍ଥିତିକୁ ବିଚାର କରି ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ବରିଷ୍ଠ ନେତାମାନେ ସାଂସଦ ପ୍ରାର୍ଥୀ ହେବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ।
୨୦୧୯ ନିର୍ବାଚନରେ ରାଜ୍ୟର ୨୧ଟି ଲୋକସଭା ଆସନରୁ କଂଗ୍ରେସ ମାତ୍ର ଗୋଟିଏ ପାଇଥିଲା । ବିଧାନସଭାରେ ମଧ୍ୟ ଦୁଇ ଅଙ୍କ ଛୁଇଁପାରିନଥିଲା ଦଳ । ପଞ୍ଚାୟତ, ପୌର ଓ ଉପନିର୍ବାଚନରେ ମଧ୍ୟ କଂଗ୍ରେସର ଭୋଟ୍ ହାର କମିଛି । ଏହା ଭିତରେ ପୁରୁଖା ନେତାଙ୍କୁ ସାଂସଦ ପ୍ରାର୍ଥୀ କରି ସଂଗଠନକୁ ସଜାଡ଼ିବା ପାଇଁ ଅଣ୍ଟା ଭିଡୁଥିବା ରାଜ୍ୟ କଂଗ୍ରେସ କେତେ ସଫଳ ହେଉଛି ତାହା ଦେଖିବାର କଥା।ହେଭିଓ୍ବେଟ୍ ନେତାମାନେ ବିଧାୟକ ନୁହେଁ, ସାଂସଦ ପ୍ରାର୍ଥୀ ହେବାକୁ ଦଳ ପ୍ରସ୍ତାବ ଦେଇଛି । ଏନେଇ ଦୁଇଦିନ ଧରି ହୋଇଛି ମାନସମନ୍ଥନ। ୨୪ରେ ଅଧିକ ଯୁବକଙ୍କୁ ପ୍ରାର୍ଥୀ କରିବାକୁ ଏହି ଷ୍ଟ୍ରାଟେଜି ଆପଣାଇଛି ରାଜ୍ୟ କଂଗ୍ରେସ । ଏନେଇ ବରିଷ୍ଠ ନେତାମାନେ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସୁରେଶ ରାଉତ କହିଛନ୍ତି, ବରିଷ୍ଠ ନେତାମାନେ ନିର୍ବାଚନ ନ ଲଢ଼ିବା ଉଚିତ। ଯାହାକୁ ନେଇ କଂଗ୍ରେସ ଶିବିର ଉଷ୍ମ ହୋଇଛି ।