ଆଜି ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ନୀତୀଶ କୁମାର । ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ନୀତୀଶ । ତେବେ ସେ ୨୧ ମାସରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ଏହା ସହିତ ତେଜସ୍ୱୀ ଯାଦବ ଦ୍ୱିତୀୟ ଥର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଫାଗୁ ଚୌହାନ ରାଜ ଭବନରେ ଉଭୟ ନେତାଙ୍କୁ ଶପଥ ପାଠ କରାଇଛନ୍ତି।
୨୦୦୦ ମସିହାରେରେ ସେ ସର୍ବପ୍ରଥମେ ୭ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଗତକାଲି ବିଜେପିଠାରୁ ମେଣ୍ଟ ଭଙ୍ଗ କରିଥିଲେ ନୀତୀଶ । ନୀତୀଶ କୁମାର ବିଜେପି ଛାଡି ପୁଣି ଆରଜେଡିକୁ ସାଥୀ କରିଛନ୍ତି ।