NationalPolitics ଲୋକସଭା ସଦସ୍ୟତା ଫେରିପାଇଲେ ଲାକ୍ଷାଦ୍ବୀପ ଏନସିପି ସାଂସଦ ମହମ୍ମଦ ଫୈଜଲ Last updated Mar 29, 2023 ନୂଆଦିଲ୍ଲୀ: ଲାକ୍ଷାଦ୍ବୀପ ଏନସିପି ସାଂସଦ ମହମ୍ମଦ ଫୈଜଲ ଫେରିପାଇଲେ ଲୋକସଭା ସଦସ୍ୟତା। କେରଳ ହାଇକୋର୍ଟ ତାଙ୍କ ବିରୋଧରେ ଲାଗିଥିବା ଆରୋପ ଖାରଜ କରିବା ପରେ ସଦସ୍ୟତା ପୁନର୍ବାହାଲ କରିବାକୁ ସେ ଆବେଦନ କରିଥିଲେ । ଏନେଇ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ । ଏହାପରେ ତାଙ୍କ ଲୋକସଭା ସଦସ୍ୟତାକୁ ପୁନର୍ବାହାଲ କରଯାଇଛି । ଏ ନେଇ ଲୋକସଭା ସଚିବାଳୟ ବିଜ୍ଞପ୍ତି ଜାରିକରିଛି । ଏହାସହ ଉପନିର୍ବାଚନ ଘୋଷଣାକୁ ମଧ୍ୟ ରଦ୍ଦ କରାଯାଇଛି । ଏହାକୁ ଉଦାହରଣ ଭାବେ ଦର୍ଶାଇ ଆଇନଗତ ଲଢ଼େଇ ଲଢିପାରନ୍ତି ରାହୁଲ ଗାନ୍ଧୀ। ଆରୋପ ଖାରଜ ସହ ଲୋକସଭା ସଦସ୍ୟତା ପୁନର୍ବାହାଲ ପାଇଁ ଉଦ୍ୟମ କରିବ ରାହୁଲଙ୍କ ଲିଗାଲ୍ ଟିମ୍। ରାହୁଲ ଗାନ୍ଧୀ ଓ୍ବାଏନାଡରୁ ଲୋକସଭା ସାଂସଦ ନିର୍ବାଚିତ ହୋଇଥିଲେ। ଲୋକସଭା ସଦସ୍ୟତା ଯିବା ପରଠୁ ଓ୍ବାଏନାଡ୍ ଆସନ ଖାଲି ରହିଛି। ତେବେ ଲାକ୍ଷାଦ୍ବୀପ ସାଂସଦ ମହମ୍ମଦ ଫୈଜଲ ପୁଣି ସଦସ୍ୟତା ଫେରି ପାଇଥିବାରୁ ଏହି ଆଧାରରେ ରାହୁଲ ବି ସଂସଦ ପଦ ଫେରି ପାଇବା ନେଇ ଆଶା ବଢିଛି। ମହମ୍ମଦ ଫୈଜଲଙ୍କୁ ଏକ ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ୧୦ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ କୋର୍ଟ। Share