ଗୁଜରାଟ ଦୁଇଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ
ମେଟ୍ରୋ ଟିଭି ଓଡିଶା (୧୧ .୩ . ୨୦୨୨) :
୫ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ୪ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି । ଜିତିଥିବା ୪ ରାଜ୍ୟ ମଧ୍ୟରୁ ବିଜେପି ଉତ୍ତରପ୍ରଦେଶରେ ବିପୁଳ ଜନ ସମର୍ଥ ହାସଲ କରିଛି । ହିମାଳୟ ରାଜ୍ୟ ଉତ୍ତରାଖଣ୍ଡରେ ବିଜେପି ପୁନର୍ବାର ତୃତୀୟଥର ସରକାର ଗଠନ କରିବାକୁ ଜନାଦେଶ ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଉଛନ୍ତି । ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ଗୁଜୁରାଟ ପଞ୍ଚାୟତ ମହାସମ୍ମେଳନରେ ଅଂଶଗ୍ରହଣ କରିବେ ଏବଂ ସମାବେଶକୁ ଉଦବୋଧନ ଦେବେ ।

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ରାଷ୍ଟ୍ରୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ (ଆରଆରୟୁ)ର ନବ ନିର୍ମିତ ସୌଧକୁ ଶନିବାର ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ସେ ଆରଆରୟୁର ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମଧ୍ୟ ଅଭିଭାଷଣ ପ୍ରଦାନ କରିବେ। ସେହିପରି ପ୍ରଧାନମନ୍ତ୍ରୀ ଏକାଦଶ ଖେଳ ମହାକୁମ୍ଭ ଶୁଭାରମ୍ଭ ନେଇ ଘୋଷଣା କରିବା ସହ ଅଭିଭାଷଣ ପ୍ରଦାନ କରିବେ। ସୂଚନାଯୋଗ୍ୟ ଗୁଜୁରାଟରେ ତିନି ପର୍ଯ୍ୟାୟ ପଞ୍ଚାୟତିରାଜ ବ୍ୟବସ୍ଥା ରହିଛି, ଯେଉଁଥିରେ ୩୩ ଟି ଜିଲ୍ଲା ପଞ୍ଚାୟତ, ୨୪୮ ତାଲୁକା ପଞ୍ଚାୟତ ଏବଂ ୧୪,୫୦୦ରୁ ଅଧିକ ଗ୍ରାମପଞ୍ଚାୟତ ରହିଛି । ଗୁଜୁରାଟ ପଞ୍ଚାୟତ ମହାସମ୍ମେଳନ: ‘ଅପନୁ ଗାମ, ଅପନୁ ଗୌରବ’ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନର ୧ ଲକ୍ଷରୁ ଅଧିକ ପ୍ରତିନିଧିଙ୍କ ଅଂଶଗ୍ରହଣ କରିବେ।