NationalPolitics ଦିଲ୍ଲୀ ମେୟର୍ ନିର୍ବାଚନ ପାଇଁ ଆଜି ଚାଲିଛି ଭୋଟ୍ ଗ୍ରହଣ On Feb 22, 2023 ନୂଆଦିଲ୍ଲୀ: କିଏ ହେବ ଦିଲ୍ଲୀର ମେୟର । ‘ମୁନିସ୍ପାଲ୍ କର୍ପୋରେସନ୍ ଅଫ୍ ଦିଲ୍ଲୀ’ର ମେୟର୍ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଚାଲିଛି। ଗତ ଦୁଇମାସ ଧରି ରାଜନୈତିକ ଛକାପଂଝା ପରେ ମେୟର୍ ଭୋଟ୍ ଦାନ ପ୍ରକ୍ରିୟାରେ ମନୋନୀତ ସଦସ୍ୟମାନେ ଅଂଶ ଗ୍ରହଣ କରିପାରିବେ ନାହିଁ ବୋଲି ଶୁକ୍ରବାର ଦିନ ସୁପ୍ରିମ୍ କୋର୍ଟ ରାୟ ଦେବା ପରେ ଆଜି ‘ଦିଲ୍ଲୀ ନଗର ନିଗମ’ ବା ‘ମୁନିସ୍ପାଲ୍ କର୍ପୋରେସନ୍ ଅଫ୍ ଦିଲ୍ଲୀ’ର ମେୟର୍ ନିର୍ବାଚନ ଭୋଟ୍ ଗ୍ରହଣ କରାଯାଉଛି। ମନୋନୀତ ସଦସ୍ୟଙ୍କ ଭୋଟ୍ ଦେବା ଘଟଣାକୁ ନେଇ ‘ଆପ୍’ ଓ ‘ବିଜେପି’ ମଧ୍ୟରେ ବିବାଦ ଚାଲିଥିଲା। ଭୋଟ୍ ଗ୍ରହଣ ଆରମ୍ଭ ହେବା ପରେ ପ୍ରଥମେ ‘ବିଜେପି’ ସାଂସଦ ମୀନାକ୍ଷି ଲେଖି ମତଦାନ କରିଥିଲେ। ସାଂସଦ ଓ ବିଧାୟକମାନେ ମତଦାନ କରିସାରିବା ପରେ କାଉନ୍ସିଲର୍ଙ୍କ ନାମ ଡକାଯାଇଥିଲା। ଆଉ କିଛି ସମୟ ପରେ କିଏ ମାରିବ ବାଜି ତାହା ଜଣାପଡିବ । Share