ଶଙ୍ଖ ଭବନରେ ବିଜେଡିର ନିର୍ବାଚନୀ ଇସ୍ତାହାର କମିଟିର ପ୍ରଥମ ବୈଠକ
ଶଙ୍ଖ ଭବନରେ ବିଜେଡିର ନିର୍ବାଚନୀ ଇସ୍ତାହାର କମିଟିର ପ୍ରଥମ ବୈଠକ ବସିଛି। ଚଳିତ ନିର୍ବାଚନରେ ଦଳର ନିର୍ବାଚନୀ ଇସ୍ତାହାର ରୂପରେଖ କିପରି ରହିବ ସେନେଇ ଆଲୋଚନା ହେଉଥିବା ସୂଚନା ମିଳିଛି। ୩୮ ଜଣିଆ ଇସ୍ତାହାର କମିଟିରେ ସାଂସଦ ଚନ୍ଦ୍ରଶେଖର ସାହୁ ଅଧ୍ୟକ୍ଷ ରହିଥିବାବେଳେ ଉପସଭାପତି ଦେବୀ ମିଶ୍ରଙ୍କ ସମେତ ପ୍ରତାପ ଦେବ, ସୁଦାମ ମାର୍ଣ୍ଡି, ମଙ୍ଗଳା କିଷାନ, ପଦ୍ମନାଭ ବେହେରା ରହିଛନ୍ତି। ମୋଟ ୭ଜଣ ସହ-ଅଧ୍ୟକ୍ଷ ରହିଛନ୍ତି। ଅମର ପଟ୍ଟନାୟକଙ୍କୁ ଆବାହକ ଭାବେ ଦାୟିତ୍ୱ ଦିଆଯାଇଛି। ଏହାସହିତ କମିଟିରେ ୨୫ଜଣ ସଦସ୍ୟ ରହିଛନ୍ତି। ବିଜେଡି ପୁଣି ଥରେ ସରକାରକୁ ଆସିଲେ ରାଜ୍ୟବାସୀଙ୍କ ପାଇଁ କଣ କଣ ସବୁ କରିବ ସେନେଇ ପ୍ରସ୍ତୁତ ହେବ ନିର୍ବାଚନ ଇସ୍ତାହାର।