ଆଜି ସିସୋଦିଆଙ୍କ ଜାମିନ୍ ଆବେଦନ ଉପରେ କୋର୍ଟରେ ଶୁଣାଣି

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ନେତା ତଥା ପୂର୍ବତନ ମନ୍ତ୍ରୀ ମନିଷ ସିସୋଦିଆଙ୍କ ରିମାଣ୍ଡ ଆଜି ଶେଷ ହେଉଛି । ଏହା ଦିନକ ପୂର୍ବରୁ ସିସୋଦିଆ ଜାମିନ୍ ପାଇଁ ଆବେଦନ କରିଛନ୍ତି । ଆଦି ଅପରାହ୍ଣରେ ତାଙ୍କୁ ସିବିଆଇ କୋର୍ଟରେ ହାଜର କରାଯିବ । ଅଧିକ ପଚରାଉଚରା ପାଇଁ ସିବିଆଇ ଆଉ କିଛି ଦିନ ସିସୋଦିଆଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ ।ସେପଟେ ଆଜି ସିସୋଦିଆଙ୍କ ଜାମିନ୍ ଆବେଦନ ଉପରେ ରାଉଜ ଆଭେନ୍ୟୁ କୋର୍ଟରେ ଶୁଣାଣି ହେବ । ଗତ ରବିବାର ପ୍ରାୟ ୮ ଘଂଟା ଜେରା ପରେ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ । ଯାହା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସେଠାରୁ ତାଙ୍କୁ ସିବିଆଇ ହେପାଜତକୁ ପଠାଇ ଦିଆଯାଇଥିଲା । ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ପାଖରେ ଦିଲ୍ଲୀ ସରକାରରେ ଅର୍ଥ ମନ୍ତ୍ରାଳୟ ଠାରୁ ନେଇ ଶିକ୍ଷା ବିଭାଗ ଆଦି ଥିଲା ।