ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି)ର ଅତିରକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଝାରପଡ଼ା ଜେଲରୁ ବାହାରିଛନ୍ତି। ଜଗା ପ୍ରଧାନ ଜେଲ୍ରୁ ବାହାରିଲା ପରେ ତାଙ୍କ ସମର୍ଥକମାନେ ତାଙ୍କର ସ୍ବାଗତ କରିଛନ୍ତି। ବାଣ ଫୁଟାଇଛନ୍ତି। ଜଗା ପ୍ରଧାନଙ୍କୁ ଫୁଲମାଳ ପିନ୍ଧାଇଛନ୍ତି।
ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣା ୨୦୨୫ ଜୁନ୍ ୨୬ ତାରିଖରେ ସତ୍ୟନଗରସ୍ଥିତ ବିଏମ୍ସି କାର୍ଯ୍ୟାଳୟରେ ଏକ ଜନଶୁଣାଣି ବୈଠକ ଚାଲିଥିବା ବେଳେ ଘଟିଥିଲା। ପାଞ୍ଚରୁ ଛଅ ଜଣ ବ୍ୟକ୍ତି କାର୍ଯ୍ୟାଳୟକୁ ପ୍ରବେଶ କରି ରତ୍ନାକର ସାହୁଙ୍କୁ ଆକ୍ରମଣ କରିଥିଲେ। ଅଭିଯୋଗ ଅନୁଯାୟୀ, ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ୱରେ ଆକ୍ରମଣକାରୀମାନେ ସାହୁଙ୍କୁ ମାଡ଼ ମାରିଥିଲେ ।