ଆଜି ସାରା ଦେଶ ଗାନ୍ଧିଜୀଙ୍କ ୧୫୫ତମ ଜନ୍ମ ଜୟନ୍ତୀ ପାଳନ କରୁଛି । ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ଚିନ୍ତାଧାରା ଆଜି ବି ଶାସ୍ୱତ ଓ ପ୍ରାସଙ୍ଗିକ ହୋଇ ରହିବା ସହିତ ସମସ୍ତଙ୍କ ପାଇଁ ସର୍ବଦା ପ୍ରେରଣା ସାଜିଛି । ଗାନ୍ଧିଜୀ ସର୍ବଦା ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ଆସୁଥିଲେ ଏବଂ ଏହାକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭାରତବର୍ଷରେ ଜନଆନ୍ଦୋଳନରେ ପରିଣତ କରିଛନ୍ତି । ସେ ଦେଶର ପ୍ରଧାନ ସେବକ ଭାବେ ନେତୃତ୍ୱ ନେଇ ଭାରତବର୍ଷକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ସେବାପକ୍ଷର ଶେଷ ଦିବସରେ ଆଜି ବିଶେଷ ଭାବେ ଦିବ୍ୟାଙ୍ଗମାନଙ୍କୁ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପାର୍ଟୀର ସଦସ୍ୟ କରାଇଛନ୍ତି ।
ଆଜି ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଏବଂ ସେବା ପକ୍ଷର ଶେଷ ଦିନ ଉପଲକ୍ଷେ ବିଜେପି ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନମାନଙ୍କରେ ସ୍ୱଚ୍ଛତା ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୁଥଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ପାର୍ଟୀର ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ । ଏହି ଅବସରରେ ରାଜ୍ୟ କାର୍ଯ୍ୟାଳୟରେ ଜାତିର ଜନକ ମହାତ୍ମାଗାନ୍ଧୀ ଓ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ସିଂ ଯାଦବ ଯୋଗଦେଇ ମହାତ୍ମା ଗାନ୍ଧୀ ଓ ଲାଲ୍ବାହାଦୂର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ମୋଦିଙ୍କ ସ୍ୱଚ୍ଛଭାରତ ତୈଳ ଫଟୋଚିତ୍ର ଉନ୍ମୋଚନ କରାଯାଇଥିଲା । ସେବାପକ୍ଷରେ ସାମିଲ ହୋଇଥିବା ସଫେଇ ଓ ଆଶାକର୍ମୀ ଏବଂ ଦିବ୍ୟାଙ୍ଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ମୋଦିଜୀଙ୍କ ୭୪ ତମ ଜନ୍ମ ଜୟନ୍ତୀ ସେପ୍ଟେମ୍ବର ୧୭ରୁ ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା “ସେବା ପକ୍ଷ” ଆଜି ଗାନ୍ଧି ଜୟନ୍ତୀରେ ଶେଷ ହୋଇଛି । ସେବା ପକ୍ଷ ପାଳନ ଅବସରରେ ରାଜ୍ୟବ୍ୟାପୀ ଦୀର୍ଘ ୧୫ ଦିନ ଧରି ବିଭିନ୍ନ ମନ୍ଦିର, ପୁଷ୍କରିଣୀ, ପାର୍କ, ଜଳାଶୟ ଆଦି ସ୍ଥାନରେ ସ୍ୱଚ୍ଛତା ଅଭିଯାନ, ରକ୍ତଦାନ ଶିିବିର, “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଜରିଆରେ ବୃକ୍ଷରୋପଣ କରାଯାଇଥିଲା । ସେହିପରି ଜାରୀ ରହିଥିବା ସାଗଠନିକ ମହାପର୍ବ “ସଦସ୍ୟତା ଅଭିଯାନ – ୨୦୨୪”କୁ ଆହୁରି ଅଧିକ ଗତିଶୀଳ କରାଯାଇଛି ।