ନବୀନ ପଟ୍ଟନାୟକଙ୍କ ନାଁ ଘୋଷଣା ପରେ ସରଗରମ କଣ୍ଟାବାଞ୍ଜି ରାଜନୀତି , ଦେଖିବାକୁ ମିଳିବ ଜୋରଦାର ଲଢେଇ
କଣ୍ଟାବାଞ୍ଜିରୁ ନବୀନ ପଟ୍ଟନାୟକଙ୍କ ନାଁ ଘୋଷଣା ପରେ ସରଗରମ ହୋଇଛି କଣ୍ଟାବାଞ୍ଜି ନିର୍ବାଚନ ରାଜନୀତି । ବଲାଙ୍ଗୀର ଲୋକସଭା ଅଧିନରେ ଆସୁଥିବା ଏହି ବିଧାନସଭା ଆସନ ପାଇଁ ୩ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ନବୀନ ପଟ୍ଟନାୟକ, ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିରୋଧରେ ଲଢ଼ିବେ କଂଗ୍ରେସର ସନ୍ତୋଷ ସିଂ ସାଲୁଜା ଓ ବିଜେପିର ଲକ୍ଷ୍ମଣ ବାଗ ।