ଦିଲ୍ଲୀ ସରକାରଙ୍କୁ ଲାଗିଛି ବଡ଼ ଝଟ୍‌କା

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କୁ ଲାଗିଛି ବଡ଼ ଝଟ୍‌କା। ଦିଲ୍ଲୀର ଉପରାଜ୍ୟପାଳ ଭି.କେ. ସକ୍ସେନା ମଙ୍ଗଳବାର ମୁଖ୍ୟ ସଚିବଙ୍କୁ ଏକ ନିର୍ଦ୍ଦେଶ ଦେଇ ରାଜ୍ୟର ଶାସକ ଦଳ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ଠାରୁ ୯୭ କୋଟି ଟଙ୍କା ଆଦାୟ କରିବାକୁ କହିଛନ୍ତି। ଆପ୍‌ର ମୁଖିଆ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ସରକାରୀ ବିଜ୍ଞାପନ ଭାବେ ଦର୍ଶାଇ ୯୭ କୋଟି ଟଙ୍କା ରାଜନୈନିତ ବିଜ୍ଞାପନରେ ଖର୍ଚ୍ଚ କରିଥିବା ଦାବି କରି ଭିକେ ସକ୍ସେନା ଏହି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଉପ-ରାଜ୍ୟପାଳଙ୍କର ଏପରି ନିର୍ଦ୍ଦେଶ ଦେବାର କ୍ଷମତା ନାହିଁ ବୋଲି ଆପ୍ ପକ୍ଷରୁ କହାଯାଇଛି।

୧୫ ଦିନ ମଧ୍ୟରେ ଦିଲ୍ଲୀ ସରକାରଙ୍କଠାରୁ ଏହି ରକମ ଆଦାୟ କରିବାକୁ ଭି କେ ସକ୍ସେନା ନିର୍ଦ୍ଦେଶ ଦେଇଛନ୍ତି। ଆମ୍‌ ଆଦ୍‌ମୀ ପାର୍ଟି ୨୦୧୬ ମସିହାର  ହାଇକୋର୍ଟ ଓ ୨୦୧୫ ମସିହାର ସୁପ୍ରିମ୍‌କୋର୍ଟଙ୍କ ଗାଇଡଲାଇନକୁ ଅବମାନନା କରିଥିବା ସକ୍ସେନା ଅଭିଯୋଗ ଆଣିଛନ୍ତି।