ବିଜେଡି ଛାଡି, କଂଗ୍ରେସର ହାତ ଧରିଲେ କେନ୍ଦ୍ରାପଡାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ
ବିଜେଡି ଛାଡିଲେ, କଂଗ୍ରେସରେ ମିଶିଲେ । ଗୁୁରୁବାର ଶଙ୍ଖ ଶିବିରକୁ ବାଏ ବାଏ କହି ‘ହାତ’ ଧରିଛନ୍ତି କେନ୍ଦ୍ରାପଡାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ । ପୂର୍ବତନ ପିସିିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଉପସ୍ଥିତିରେ ସିପ୍ରା କଂଗ୍ରେସ ଦଳରେ ବିଧିବଦ୍ଧ ଭାବେ ସାମିଲ ହେଇଛନ୍ତି । ତେବେ କଂଗ୍ରେସରେ ଯୋଗ ଦେବା ପରେ ସିପ୍ରା କହିଛନ୍ତି, ଏହା ତାଙ୍କ ପାଇଁ ଏକ ବଡ ଦିନ । କଂଗ୍ରେସ ଦଳରେ ଏହା ତାଙ୍କର ନୂତନ ଆରମ୍ଭ, ଏଥିପାଇଁ ସେ ଖୁସି ଥିବା କହିଛନ୍ତି ।
ଏଥିସହ ତାଙ୍କ ବାପା ମଧ୍ୟ କଂଗ୍ରେସ ଦଳର ସଦସ୍ୟ ଥିଲେ, ସେ ମଧ୍ୟ କଂଗ୍ରେସ ଦଳକୁ ଫେରିଥିବାରୁ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି । ତେବେ କଂଗ୍ରେସରୁ ଟିକେଟ୍ ପାଇବା ନେଇ ସେ କୌଣସି ଆଲୋଚନା କରିନାହାଁନ୍ତି । କିନ୍ତୁ କେନ୍ଦ୍ରାପଡାରୁ ଲଢିବାକୁ ସେ ଆଶାବାଦୀ ଥିବା କହିଛନ୍ତି । ଯଦି ଦଳ ତାଙ୍କୁ ସେ ସୁଯୋଗ ଦିଏ, ତେବେ ସେ ନିଶ୍ଚୟ ନିର୍ବାଚନ ଲଢିବେ ନଚେତ୍ ଦଳ ଯାହା ବି ଦାୟିତ୍ୱ ଦେବ ତାକୁ ସୂଚାରୁ ରୂପେ ତୁଲାଇବି ବୋଲି କହିଛନ୍ତି ସିପ୍ରା ।