ଆଜି ତୃତୀୟ ମହଲାରେ ପାଦ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଆଜି ତୃତୀୟ ମହଲାରେ ପ୍ରବେଶ କରିବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସକାଳ ୯ଟା ୩୦ ଏଥିପାଇଁ ଶୁଭ ସମୟ ନିର୍ଘଣ୍ଟ କରାଯାଇଛି । ଜୁନ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ । ତେବେ ସେ ଲୋକସେବା ଭବନର ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ଆସି ନଥିଲେ । ରାଜ୍ୟ ଅତିଥି ଭବନରେ ଅସ୍ଥାୟୀ କାର୍ୟ୍ୟାଳୟ ଖୋଲି କାମ କରୁଥିଲେ । ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠର ନବୀକରଣ କରାଯାଇଛି। ଆଜି ସେହି ପ୍ରକୋଷ୍ଠରେ ବସି କାର୍ୟ୍ୟ କରିବେ ମୋହନ ମାଝୀ । ସକାଳ ୯ଟା ୩୦ରେ ଦୁଇ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ସଦସ୍ୟଙ୍କ ସହ ଲୋକସେବା ଭବନ ଯିବେ ମୋହନ ।