ଖୋଲିବ ବ୍ଲାକରୋଜ ଫାଇଲ
ଖୋଲିବ ବ୍ଲାକରୋଜ ଫାଇଲ। ସ୍କାନରକୁ ଆସିବେ କି ବିଜେଡିର ପ୍ରଭାବଶାଳୀ ନେତା। ପୋଲିସ ଡିଜିଙ୍କୁ ଚିଠି ଲେଖିଲା ଗୃହ ବିଭାଗ। ୨୦୦୯ ପାରଦ୍ୱୀପ ବ୍ଲାକରୋଜ ବୁଡି ଘଟଣା ସାରା ଓଡିଶାରେ ହଇଚଇ ସୃଷ୍ଟି କରିଥିଲା। ଦୀର୍ଘ ୧୫ ବର୍ଷ ପରେ ଏ ଘଟଣା ନୂଆ ମୋଡ ନେବାକୁ ଯାଉଛି। ନୂଆ ସରକାର ବ୍ଲାକରୋଜ ଘଟଣାରେ ଏବେ ଆକ୍ସନ ମୋଡକୁ ଆସିଛନ୍ତି। ଗୃହ ବିଭାଗ ତରଫରୁ ପୋଲିସ ଡିଜି ଓ କ୍ରାଇମବାଂଚକୁ ଚିଠି ଲେଖି କାର୍ୟ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ଯାହାକୁ ନେଇ ହଲଚଲ ଆରମ୍ଭ ହୋଇଗଲାଣି। ଖୋଲିବ କି ପ୍ରଭାବଶାଳୀ ନେତାଙ୍କ ମୁଖା? ଆବଶ୍ୟକ ପଡ଼ିଲେ ସିବିଆଇ ତଦନ୍ତ ନିର୍ଦେଶ ଦେବେ କି ନୂଆ ସରକାର? ଚିଠି ପରେ ବ୍ଲାକ ରୋଜ ଘଟଣାରେ ରାଜନୈତିକ ବୟାନବାଜି ତେଜିଛି। ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ବିଜେଡି ନେତାଙ୍କର ଏ ଘଟଣାରେ ସଂପୃକ୍ତ ରହିଛି, ପୂର୍ବରୁ ବିଜେଡି ସରକାର ଗୋଳମାଳିଆ ସ୍ଥିତି କରି ତଦନ୍ତକୁ ବାଟବଣା କରିଥିଲା। ସେପଟେ ବିଜେଡି କହିଛି ତଦନ୍ତ ହେଲେ ସବୁ କିଛି ସ୍ପଷ୍ଟ ହୋଇଯିବ। ୨୦୧୯ରେ ଜାହାଜ ବୁଡି ଘଟଣାରେ ସମସ୍ତ ତଥ୍ୟ ଦେବା ଲାଗି ସିବିଆଇ ରାଜ୍ୟ ସରକାରଙ୍କୁ ଦୁଇ ଦୁଇ ଥର ଚିଠି ଲେଖିଥିଲା। ହେଲେ ବିଜେଡିର ପ୍ରଭାବଶାଳୀ ନେତାଙ୍କ ମୁଖା ଖୋଲିଯିବା ଭୟରେ ତଥ୍ୟ ହସ୍ତାନ୍ତର କରାଯାଇନଥିଲା।