ଭୁବନେଶ୍ବର: ସେମାନେ ମହିଳାଙ୍କୁ ୫ ଟଙ୍କା ଦେଇନଥିଲେ ବିଜେପି କୋଟିଏରୁ ଅଧିକ ମହିଳାଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ କାର୍ଯ୍ୟ ଆରମ୍ଭ କରିଛି । ଏକଥା କହିଛି ବିଜେପି । କାରଣ ପଦଯାତ୍ରାରେ ବିଜେପି ସରକାରକୁ ନିଶାନା କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମିଛ କହି ବିଜେପି ରାଜ୍ୟରେ କ୍ଷମତାକୁ ଆସିଛି କହିଥିଲେ ନବୀନ ପଟ୍ଟନାୟକ । ସେ କହିଛନ୍ତି ୩ଶହ ୟୁନିଟ ମାଗଣା ବିଜୁଳି, ୩ ହଜାର ଭତ୍ତା କଥା କହି ବି ବିଜେପିକୁ ଟାର୍ଗେଟ୍ କରିଛନ୍ତି । ନବୀନ ପଟ୍ଟନାୟକଙ୍କ ବୟାନର କଡ଼ା ଜବାବ ଦେଇଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର। ସେ କହିଛନ୍ତି ଦୁଃଖର କଥା ନବୀନ ବାବୁ ଏବେ ବି ମିଥ୍ୟାର ସାହାରା ନେଉଛନ୍ତି। ବିରୋଧୀ ଦଳ ହେବାକୁ ସେ ଅଭ୍ୟାସ କରନ୍ତୁ। ଶହେ ଦିନର ସରକାରକୁ କହୁଛନ୍ତି, କିନ୍ତୁ ନିଜେ କ୍ଷମତାରେ ଥିବା ୨୪ବର୍ଷ କଥାକୁ ଭୁଲି ଯାଉଛନ୍ତି ନବୀନ ବାବୁ। ନୂଆ ସରକାରଙ୍କ ଦ୍ବାରା କରାଯାଉଥିବା ବିକାଶକୁ ଗ୍ରହଣ କରନ୍ତୁ ଅସହିଷ୍ଣୁ ହୁଅନ୍ତୁ ନାହିଁ। ନବୀନ ଓଡ଼ିଶାରେ ଦାରିଦ୍ର୍ୟ କମିଥିବା କହୁଛନ୍ତି, ହେଲେ ୨୫ ବର୍ଷରେ ଓଡ଼ିଶାକୁ ଲୁଟିଛନ୍ତି ବିଜେଡି ନେତା ମନ୍ତ୍ରୀ। ଚିଟଫଣ୍ଡର ବ୍ରାଣ୍ଡ ଆମ୍ବାସାଡର ସାଜି ଓଡ଼ିଶାବାସୀଙ୍କୁ ଲୁଟିଛନ୍ତି।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Prev Post
Next Post