ବିଜେପି ତରଫରୁ ବିଭିନ୍ନ ରାଜ୍ୟରେ ନୂଆ ସଭାପତି ନିଯୁକ୍ତ

ବିଜେପି ତରଫରୁ  ବିଭିନ୍ନ ରାଜ୍ୟରେ ନୂଆ ସଭାପତି ନିଯୁକ୍ତ କରିଛି । ଦିଲ୍ଲୀରେ ବିରେନ୍ଦ୍ର ସଚଦେବାଙ୍କୁ ଦଳ ଦାୟୀତ୍ୱ ଦେଇଛି । ଦିଲ୍ଲୀ ଏମସିଡି ନିର୍ବାଚନରେ ଦଳ ପରାଜିତ ହେବା ପରେ ରାଜ୍ୟ ସଭାପତି ଥିବା ଆଦେଶ ଗୁପ୍ତା ସଭାପତି ପଦରୁ ଇସ୍ତଫା ଦେଇଥିଲେ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ବିହାରରେ ମଧ୍ୟ ନୂଆ ସଭାପତି ନିଯୁକ୍ତ କରିଛନ୍ତି । ସମ୍ରାଟ ଚୌଧୁରୀଙ୍କ ବିହାର ବିଜେପିର ସଭାପତି ଭାବେ ନିଯୁକ୍ତ କରାଯାଇଛି । ଏହାସହ ରାଜସ୍ଥାନରେ ଦଳର ସଭାପତି ଭାବେ ସି.ପି ଯୋଶୀଙ୍କୁ ନିଯୁକ୍ତ କରାଯାଇଛି । ସିପି ଯୋଶୀ ରାଜସ୍ଥାନ ବିଜେପିର ଜଣେ ବ୍ରାହ୍ମଣ ଚେହେରା ।  ଏହା ପୂର୍ବରୁ ରାଜସ୍ଥାନର ବିଜେପିର ସଭାପତି ଭାବେ ସତୀଶ ପୁନିଆ କାର୍ଯ୍ୟ ତୁଲାଉଥିଲେ ।