କିଛି ସମୟ ପରେ ଆରମ୍ଭ ପ୍ରଧାନମନ୍ତ୍ରୀଙ୍କ ଶପଥଗ୍ରହଣ ସମାରୋହ । ୭.୧୫ରେ ତୃତୀୟ ପାଳି ପାଇଁ ଶପଥନେବେ ମୋଦୀ । ଏହାକୁ ନେଇ ବଡ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଶପଥଗ୍ରହଣ କାର୍ଯ୍ୟକ୍ରମ ପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ନିମନ୍ତ୍ରଣ ମିଳିଛି । ତେବେ ସେ ଏଥିରେ ସାମିଲ ହେବେ କି ନାହିଁ ନିଷ୍ପତ୍ତି ହୋଇନାହିଁ । ଏହାଛଡା ଶପଥ ସମାରୋହରେ ଦେଶର ବିଭିନ୍ନ ପଡୋଶୀ ରାଷ୍ଟ୍ର ବି ସାମିଲ ହେଉଛି । ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିନେ୍ଧ, ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଖେଖ ହସିନା, ନେପାଲ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ନିମନ୍ତ୍ରଣ ପତ୍ର ଗ୍ରହଣ କରିଛନ୍ତି ।ତେବେ ନେତାମାନଙ୍କ ମଧ୍ୟରେ ଅମିତ ଶାହା, ନୀତିନ ଗଡକରୀ, କିରଣ ରିଜ୍ଜୁ, ଏଲଜେପି ନେତା ଚିରାଗ ପାସୱାନ, ନିର୍ମଳା ସିତାରମଣ, ଶିବରାଜ ସିଂ ଚୌହାନ, ହରଦୀପ ସିଂ ପୁରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ, ମଣିପୁର ମୁଖ୍ୟମନ୍ତ୍ରୀ, ହରିୟାଣା ମୁଖ୍ୟମନ୍ତ୍ରୀ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଆଦି ଅନେକ ନେତା ପହଞ୍ଚି ସାରିଲେଣି । ସେହିପରି ବଲିଉଡ ଜଗତର ଅନେକ ନାମୀଦାମୀ କଳାକାର ଏହି ସମାରୋହରେ ସାମିଲ ହେବାକୁ ପହଞ୍ଚି ସାରିଲେଣି ।
Trending
- ବନ୍ୟଜନ୍ତୁ ଆକ୍ରମଣ ମୃତ୍ୟୁକାଳୀନ ସହାୟତା ରାଶି ବୃଦ୍ଧି
- ଲାଞ୍ଚ ନେଇ ଜେଲ ଗଲେ ଉପଜିଲ୍ଲାପାଳ
- କେରଳ ଉପକୂଳରେ ସିଙ୍ଗାପୁରର କଣ୍ଟେନର ଜାହାଜ ରେ ବିସ୍ଫୋରଣ
- ଦେଶର ଦ୍ବିତୀୟ ସର୍ବବୃହତ ଭାୟାଡକ୍ଟ ସେତୁ ଓଡ଼ିଶାରେ ନିର୍ମାଣ ,୨୦୨୬ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ସେତୁ ନିର୍ମାଣ କାର୍ଯ୍ୟ ଶେଷ
- ହନିମୁନକୁ ନେଇ ସ୍ବାମୀଙ୍କୁ ହତ୍ୟା କରିଥିଲେ ସ୍ତ୍ରୀ ସୋନମ୍
- ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି