ଭୁବନେଶ୍ୱର: କଂଗ୍ରେସରେ ମିଶିଲେ ୪ ପୂର୍ବତନ ପ୍ରଶାସନିକ ଅଧିକାରୀ । ପ୍ରଭାରୀ ଚେଲା କୁମାର, ପିସିସି ସଭାପତିଙ୍କ ଉପସ୍ଥିତିରେ ଦଳରେ ମିଶିଲେ । ପୂର୍ବତନ ଆଇଏସଏସ ପଞ୍ଚାନନ ଦାସ ଓ ପୂର୍ବତନ ଆଇଏଏସ ବିଶ୍ୱନାଥ ଆଚାର୍ଯ୍ୟ ସାମିଲ୍ ହେଲେ । ପୂର୍ବତନ ଓଏସ ରବୀନ୍ଦ୍ର ନାଥ ମିଶ୍ର ଓ ଉଦ୍ଧବ କର ମଧ୍ୟ ମିଶିଲେ । ଦୁଇ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ପଞ୍ଚାନନ ଦାସ ଓ ବିଶ୍ୱନାଥ ଆଚାର୍ଯ୍ୟ ଏବଂ ଦୁଇ ଜଣ ଓଏଏସ ଅଧିକାରୀ ରବୀନ୍ଦ୍ରନାଥ ମିଶ୍ର ଓ ଉଦ୍ଧବ କର ଯୋଗଦେଇଥିବାରୁ ଦଳର ବରିଷ୍ଠ ନେତାମାନେ ସ୍ବାଗତ କରିଥିଲେ । କଂଗ୍ରେସରେ ଯୋଗଦେବା ପରେ ଅବସରପ୍ରାପ୍ତ ଅଧିକାରୀମାନେ କହିଛନ୍ତି ଯେ କଂଗ୍ରେସ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସରେ ଯୋଗ ଦେଇଛୁ | କଂଗ୍ରେସରେ ଯୋଗ ଦେବା ପରେ ପଞ୍ଚାନନ ଦାସ କହିଛନ୍ତି ଯେ କଂଗ୍ରେସକୁ ଆସିବାର ଲକ୍ଷ୍ୟ ହେଉଛି ଗରିବ ଖଟିଖିଆଙ୍କ ପାଇଁ କାମ କରିବା । ଅନ୍ୟପଟେ ବିଶ୍ୱନାଥ ଆଚାର୍ଯ୍ୟ କହିଛନ୍ତି ଯେ ସମାଜରେ କିଛି ପରିବର୍ତ୍ତନର ଆବଶ୍ୟକତା ରହିଛି, ଲୋକମାନଙ୍କ ଆଶା ମଧ୍ୟ ରହିଛି, ସେହି ଉଦ୍ଦେଶ୍ୟରେ ସେ କଂଗ୍ରେସ ଦଳରେ ସାମିଲ ହୋଇଛି । ଅବସରପ୍ରାପ୍ତ ଓଏଏସ ଅଧିକାରୀ ରବୀନ୍ଦ୍ର ନାଥ ମିଶ୍ର କହିଛନ୍ତି ଯେ ବିଜେଡି ଦଳ ୱାନ ମ୍ୟାନ ଆର୍ମି, ପଲିଟିକାଲ ପାର୍ଟି ନୁହେଁ, ସେଥିପାଇଁ ମୁଁ କଂଗ୍ରେସରେ ମିଶିଲି । ଉଦ୍ଧବ କର କହିଛନ୍ତି ଯେ ତୃଣମୂଳ ସ୍ତରରୁ କାମ କଲେ କଂଗ୍ରେସ ଉଠିବ । ଏହି ଅବସରରେ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧକ୍ଷ ବିଜୟ ପଟ୍ଟନାୟକ, ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ୧୦୦ ବିଧାନସଭା ଓ ୧୫ ସଂସଦୀୟ କ୍ଷେତ୍ରକୁ କଂଗ୍ରେସର ଟାର୍ଗେଟ୍ ଥିବା ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି । ଆଗୁଆ ୧୦୦ ଜଣଙ୍କୁ ଟିକେଟ ପାଇଁ କାର୍ଯ୍ୟକାରିଣୀରେ ବ୍ଲୁ ପ୍ରିଣ୍ଟ ହୋଇଥିବା ସେ କହିଛନ୍ତି ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Next Post