ମନୀଷ ସିଷୋଦିଆ ଗିରଫ ହେବା ପରେ ଆପ ପକ୍ଷରୁ ବିଭିନ୍ନ ସ୍ଥାନରେ ଧାରଣା

ମଦ ଘୋଟାଲା ମାମଲାରେ  ଦିଲ୍ଲୀ ଡେପୁଟି ସିଏମ୍ ମନୀଷ ସିଷୋଦିଆ ଗିରଫ ହେବା ପରେ ଆପ ପକ୍ଷରୁ ବିଭିନ୍ନ ସ୍ଥାନରେ ଧାରଣା ଦିଆଯାଇଛି । ଦୀର୍ଘ ୮ ଘଣ୍ଟାର ଜେରା ପରେ  ଶେଷରେ ଗିରଫ କରିଥିଲା । ମନୀଷଙ୍କୁ ପଚରାଉଚରା କରିବା ପାଇଁ ସିବିଆଇ ପୂର୍ବରୁ ପ୍ରଶ୍ନ ତିଅାର କରିଥିବା ବେଳେ ପ୍ରଶ୍ନର ଉତ୍ତର ଦେଇନଥିଲେ ମନିଷ । ମନୀଷଙ୍କୁ ଜେରା କରିବା ଅବସରରେ ଆଜି ସିବିଆଇ ଅଫିସ ନିକଟରେ ୧୪୪ ଧାରା ଲାଗୁ କରାଯାଇଥିଲା । ପୋଲିସ ପକ୍ଷରୁ ବ୍ୟାନର ଲଗାଯାଇ ଏ ବାବଦରେ ସୂଚନା ଦିଆଯାଇଥିଲା । ପଚରାଉଚରା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରିଥିଲେ, ‘ଭବବାନ ଆମ ସହ ଅଛନ୍ତି ମନୀଷ । ଲକ୍ଷ ଲକ୍ଷ ଶିଶୁ ଓ ଅଭିଭାବକଙ୍କ ଶୁଭେଚ୍ଛା ଆପଣଙ୍କ ସହିତ ରହିଛି । ଆପଣ ଦେଶ ଓ ସମାଜ ପାଇଁ ଜେଲ୍ ଯାଉଛନ୍ତି । ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ଆଲୋଚନା ଚାଲିଛି ।