୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ୩ଟି ରାଜ୍ୟରେ ବିଜେପି ବହୁମତ ହାସଲ କରିଥିଲା । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଜେପି ବଡ଼ ସଫଳତା ହାସଲ କରିଥିବା ବେଳେ ସେହି ରାଜ୍ୟଗୁଡ଼ିକରେ କିଏ ମୁଖ୍ୟମନ୍ତ୍ରୀ ହେବ ତାହାକୁ ନେଇ ଏବେ କେନ୍ଦ୍ରୀୟ ନେତୃତ୍ୱ ଅଙ୍କ କଷୁଛନ୍ତି । ତେବେ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏଥର ବିଜେପି ବହୁ ସାଂସଦଙ୍କୁ ବିଧାନସଭା ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲା ।ତେବେ ଏହା ମଧ୍ୟରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି । ବିଧାନସଭା ନିର୍ବାଚନରେ ବିଧାୟକ ଭାବେ ଜିତିଥିବା ଦଳର ୧୨ ଜଣ ସାଂସଦ ନିଜର ସଦସ୍ୟତା ଛାଡ଼ିଛନ୍ତି । ଯେଉଁ ସାଂସମାନେ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିଥିଲେ ସେମାନେ ଏବେ ନିଜ ସାଂସଦ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ଆଗାମୀ ଲୋକସଭା ମେଗା ଫାଇଟକୁ ଦୃଷ୍ଟିରେ ରଖି ବିଜେପି ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି ।ନିକଟରେ ସମାପ୍ତ ହୋଇଥିବା ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପି ବହୁମତ ହାସଲ କରିବା ସହିତ ସରକାର ଗଠନ କରିବାକୁ ସକ୍ଷମ ହୋଇଛି । ଅନ୍ୟପକ୍ଷରେ ଦଳ ତେଲେଙ୍ଗାନାରେ ୮ଟି ଆସନରେ ଜିତିଥିଲା । ତେବେ ଏହି ୪ଟି ରାଜ୍ୟରେ ଦଳ ୨୧ ଜଣ ସାଂସଦଙ୍କୁ ଟିକେଟ ଦେଇଥିଲା । ସେମାନଙ୍କ ମଧ୍ୟରୁ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ୭-୭ ଜଣ ଲେଖାଏଁ ସାଂସଦ ନିର୍ବାଚନ ଲଢ଼ିଥିବା ବେଳେ ଛତିଶଗଡ଼ରେ ୪ ଜଣ ଓ ତେଲେଙ୍ଗାନାରେ ୩ ଜଣ ସାଂସଦଙ୍କୁ ଟିକେଟ୍ ଦିଆଯାଇଥିଲା । ଦଳର ହାଇକମାଣ୍ଡଙ୍କୁ ସାକ୍ଷାତ କରିବା ପରେ ସେମାନେ ନିଜ ନିଜର ସାଂସଦ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ ।
Trending
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
- ଦିଲ୍ଲୀରେ ଖୁବ୍ ଜୋର୍ରେ ବର୍ଷା , ତଳିଆ ଅଞ୍ଚଳ ଆଣ୍ଠୁଏ ପାଣି
- ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିଏମ୍ସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
- ବନ୍ଧା ହେଲେ ଡିଏଫ୍ଓ ବାବୁ
- ଆଜି ଠୁ ପ୍ଲାଷ୍ଟିକରେ ପେଟ୍ରାଲ ବିକ୍ରୟ ନିଷେଧ
- ଧନକର ଇସ୍ତଫା ନା ଚାପର ବଶବର୍ତ୍ତୀ ହୋଇ ପଦତ୍ୟାଗ କଲେ
- ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର
Prev Post
Next Post