ସିନ୍ଦେଙ୍କୁ ଭେଟିଲେ ରାଜ୍ ଠାକ୍‌ରେ

ଚଳିତ ବର୍ଷ ଶେଷରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ ନିର୍ବାଚନ ସମ୍ଭାବନାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ବିଭିନ୍ନ ରାଜନୈତିକ ଦଳର ସଦସ୍ୟଙ୍କ ମଧ୍ୟରେ କଥାବାର୍ତ୍ତା ଏବଂ ସାକ୍ଷାତ ପ୍ରକ୍ରିୟା ଆରମ୍ଭ ହୋଇଛି।ଏହି ସମୟରେ ମହାରାଷ୍ଟ୍ର ନବନିର୍ମାନ ସେନା (ଏମ୍‌ଏନ୍‌ଏସ୍‌) ସଭାପତି ରାଜ୍ ଠାକ୍‌ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିଥିବାର ଖବର ରହିଛି। ଦୁଇ ନେତାଙ୍କ ବୈଠକ ନେଇ ଶିବସେନା ସାଂସଦ ସଞ୍ଜୟ ରାଉତ (ଉଦ୍ଧବ ଠାକରେ ଗୋଷ୍ଠୀ) କଟାକ୍ଷ କରିଛନ୍ତି। ଏକ ‘ଡିଲ୍ ହେଉଛି’ବୋଲି ରାଉତ କହିଛନ୍ତି।ସଞ୍ଜୟ ରାଉତ କହିଛନ୍ତି ଏନଡିଏ ମୁସଲମାନଙ୍କ ଭୋଟ ଭାଙ୍ଗିବାକୁ ଚେଷ୍ଟା କରୁଛି। ରାଜ୍ ଠାକ୍‌ରେଙ୍କ ପୃଥକ ପ୍ରତିଦ୍ବନ୍ଦ୍ବିତା ମରାଠୀ ଭୋଟ୍ ଭାଗ କରିବ, ଯାହା ଏନଡିଏ ପାଇଁ ଲାଭଦାୟକ ହେବ।