ସନାତନ ଧର୍ମକୁ ନେଇ ଦ୍ରାବିଡ ମୁନେତ୍ର କାଜାଗମ୍ ନେତାଙ୍କ ଟିପ୍ପଣୀକୁ ନେଇ ବଢୁଥିବା ବିବାଦ ମଧ୍ୟରେ କଂଗ୍ରେସ ଏବେ ସତର୍କ ହୋଇଯାଇଛି । ପାର୍ଟିର କିଛି ନେତା ଏହି ବିଷୟ ଉପରେ ସାବଧାନତା ଅବଲମ୍ବନ କରିବାକୁ କହିଛନ୍ତି । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ଓ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ସହିତ କିଛି ନେତା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ(ସିଡବ୍ଲ୍ୟୁସି)ରେ କହିଛନ୍ତି, ଦଳ ଏପରି ବିବାଦରୁ ଦୂରେଇ ରହିବା ଉଚିତ ।ବିଶେଷ ସୂତ୍ରରୁ ଜଣାପଡିଛି ଯେ, ରାହୁଲ ଗାନ୍ଧୀ କହିଛନ୍ତି ନେତାମାନେ ସନାତନ ଧର୍ମ ବିବାଦରେ ପଡିବା ପରିବର୍ତ୍ତେ ଗରିବ ଓ ସେମାନଙ୍କ ସମସ୍ୟା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ । କାରଣ ଏହିମାନେ ହିଁ ଦଳର ପାରମ୍ପାରିକ ଭୋଟ୍ ବ୍ୟାଙ୍କ ରହି ଆସିଛନ୍ତି ।ସିଡବ୍ଲ୍ୟୁସି ବୈଠକରେ ବାଘେଲା ଓ ଦିଗବିଜୟ ସିଂହ ଉଭୟ କହିଛନ୍ତି ସନାତନ ଧର୍ମ ବିବାଦ ଉପରେ ଦଳ ମୁହଁ ଖୋଲିବା ଦ୍ୱାରା ଦଳର କ୍ଷତି ହେବ ଓ ବିଜେପିକୁ ଲାଭ ମିଳିବ । ସେହିପରି ଦଳର ବରିଷ୍ଠ ନେତା ପି. ଚିଦାମ୍ବରମ କହିିଛନ୍ତି , ବିଜେପି ଅସଲ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ପ୍ରୟାସ କରୁଛି ଓ କଂଗ୍ରେସ ଏହି ବିବାଦରେ ପଡିବ ନାହିଁ ।
Trending
- “ଯେତେବେଳେ ମୋବାଇଲ୍ ଫୋନ୍ ଥାଏ, ବିହାରକୁ ଲଣ୍ଠନର ଆବଶ୍ୟକତା ନାହିଁ – ପ୍ରଧାନମନ୍ତ୍ରୀ ମୋଦୀ
- ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ୪୪ ଜଣ ଓକିଲ ଲଢ଼ିବେ
- ନୂଆପଡା ଲଢେଇରେ କେଉଁ ପ୍ରାର୍ଥୀ ଆଗରେ ?
- ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ପ୍ରଭାବିତ କରିଛି
- ରାଜ୍ୟର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ବିଜେପି ଆକ୍ରୋଶମୂଳକ ରାଜନୀତି ଆରମ୍ଭ କରିଛି: ବିଜେଡି
- ରାଜ୍ୟରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା
- ବସରେ ଲାଗିଲା ନିଆଁ , ୧୧ ମୃତ ୧୨ ଆହତ
- ବେଦାନ୍ତ ପକ୍ଷରୁ ଓଡିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ହେବ ପୁଞ୍ଜି ନିବେଶ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ୨୦୨୫ ବିହାର ବିଧାନସଭା ନିର୍ବାଚନ- ତେଜସ୍ୱୀ ଯାଦବ ବିରୋଧୀ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
- କେରଳର ପବିତ୍ର ଶବରୀମାଳା ଶ୍ରୀ ଆୟାପ୍ପା ମନ୍ଦିର ପ୍ରବେଶ କରି ଇତିହାସ ରଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
Prev Post
Next Post