ବିଜେଡିରେ କମ୍ପନ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜିଲ୍ଲା ବିଜେଡିର ବ୍ଲକ ଓ ପଞ୍ଚାୟତ ପ୍ରତିନିଧି। ମୋହନ ମାଝୀଙ୍କ ନିଜ ନିର୍ବାଚନ ମଣ୍ଡଳୀ କେନ୍ଦୁଝର ସଦରର ୧୮ ଜଣ ବିଜେଡି ସମର୍ଥିତ ସମିତି ସଭ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ବେଳେ ବାଂଶପାଳ ବ୍ଲକର ୧୪ ବିଜେଡି ସମର୍ଥିତ ବିଜେଡି ସରପଞ୍ଚ ଓ ସମିତି ସଭ୍ୟ ସିଧା ବିଜେପିରେ ଯୋଗ ଦେଇଛନ୍ତି। ଯାହା ଦ୍ୱାରା ଉଭୟ ବ୍ଲକ ଅଧ୍ୟକ୍ଷ ଆସନ ବି ବିଜେଡି ହାତରୁ ଯାଇପାରେ ବୋଲି ଚର୍ଚ୍ଚା ବଢ଼ିଛି। ଏପଟେ କିନ୍ତୁ ସଙ୍ଗଠନ ସଜାଡିବାକୁ ବିଜେଡି ନେତାଙ୍କ ପରାମର୍ଶ, ଆଉ କେହି ନୁହେଁ ନବୀନ ବୁଲନ୍ତୁ ଓଡ଼ିଶାନେତୃତ୍ୱଙ୍କ ଉପରେ କମୁଛି ଭରସା । ବିଜେପି ମୁହାଁ ବିଜେଡି ନେତା ଓ କର୍ମୀ । ଭୁବନେଶ୍ୱର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମୋହନ ମାଝୀଙ୍କୁ ଭେଟିଛନ୍ତି କେନ୍ଦୁଝର ସଦରର ୧୮ ଜଣ ସମିତିସଭ୍ୟ। ମୁଖ୍ୟମନ୍ତ୍ରୀଙ୍କ ଭେଟଘାଟ ପରେ କେନ୍ଦୁଝର ଜିଲ୍ଲା ବିଜେଡିରେ ଆରମ୍ଭ ହୋଇଛି କମ୍ପନ। ଚର୍ଚ୍ଚା ହେଉଛି ସଦର ବ୍ଲକ ଅଧ୍ୟକ୍ଷ ଆସନ ବିଜେଡି ପାଖରେ ଥିବାରୁ ଖୁବ୍ ଶୀଘ୍ର ଆସିପାରେ ଅନାସ୍ଥା। ଆହୁରି ସାଂଘାତିକ କଥା ହେଲା, ଖାଲି କେନ୍ଦୁଝର ସଦର ନୁହେଁ, ବିଜେପିରେ ସାମିଲ ହୋଇଛନ୍ତି ବାଂଶପାଳ ବ୍ଲକର ୧୪ ଜଣ ବିଜେଡି ସମର୍ଥିତ ସମିତି ସଭ୍ୟ ଆଉ ୧୪ ଜଣ ସରପଞ୍ଚ। ତେଲକୋଇ ବିଧାୟକ ଫକୀର ମୋହନ ନାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କର ସମର୍ଥନ ଜଣେଇଛନ୍ତି। ଉଭୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ କେନ୍ଦୁଝର ସଦର ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀର କିଛି ଅଞ୍ଚଳ ବାଂଶପାଳ ବ୍ଲକରେ ରହିଛି। ତେଣୁ ଖୁବ୍ଶୀଘ୍ର ବାଂଶପାଳରେ ବି ସମାନ ସ୍ଥିତି ଉପୁଜି ପାରେ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post