ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟରେ କଣ ଶସ୍ତା ହେଲା ତାକୁ ନେଇ ଅର୍ଥମନ୍ତ୍ରୀ କହିଛନ୍ତି । ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଅଭିଭାଷଣରେ ଗରିବ, ଯୁବପିଢ଼ି, ମହିଳା, କୃଷକ ଇତ୍ୟାଦିଙ୍କୁ ଗୁରୁତ୍ବ ଦେଇଥିବା ବେଳେ ସୁନା ଦର କମିଛି। ସୁନା ଓ ରୂପା ଉପରେ ସୀମା ଶୁଳ୍କ ୬ ପ୍ରତିଶତକୁ ହ୍ରାସ ପାଇଛି, ଯାହାଦ୍ବାରା ଏହା ଶସ୍ତା ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଭାଷଣରେ ସୁନା ଓ ରୂପା ଉପରେ ସୀମା ଶୁଳ୍କ ୬ପ୍ରତିଶତକୁ ହ୍ରାସ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହା ବ୍ୟତୀତ ସେ ପ୍ଲାଟିନମ ଉପରେ ସୀମା ଶୁଳ୍କ ୬.୪ପ୍ରତିଶତକୁ ହ୍ରାସ କରିବା ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବା ପରେ ସୁନା, ରୂପା ଏବଂ ପ୍ଲାଟିନମର ମୂଲ୍ୟ ହ୍ରାସ ପାଇବ।
ନୂଆ ଆୟକର ବ୍ୟବସ୍ଥା ଅନୁସାରେ ଆୟକର ଛାଡ଼ସୀମା ବଢିଲା, ଷ୍ଟାଣ୍ଡାର୍ଡ ଡିଡକ୍ସନ ୭୫୦୦୦କୁ ବୃଦ୍ଧି ।
- ଆଞ୍ଜେଲ ଟିକସ ଉଠିଲା ।
- ଫ୍ରେସରଙ୍କୁ ଗୋଟିଏ ମାସର ଦରମା ତିନିଟି କିସ୍ତିରେ ୧୫୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ ।
- କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ନିର୍ମାଣ କରାଯିବ।
- ଘରୋଇ ଅନୁଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣ ପାଇଁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ।
- ଶକ୍ତି ନିରାପତ୍ତା ଏବଂ ପରିବର୍ତ୍ତନ ପାଇଁ ସରକାର ଏକ ନୀତି ଦସ୍ତାବିଜ ଆଣିବେ ।
- ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ ୨.୦ ଅଧୀନରେ ୧୦ ଲକ୍ଷ କୋଟି ଟଙ୍କା ବିନିଯୋଗ ରେ ୧ କୋଟି ପରିବାରକୁ ଗୃହ ଯୋଗାଇ ଦିଆଯିବ ।
- ସହରାଞ୍ଚଳ ଘର ପାଇଁ ଶସ୍ତାରେ ଋଣ ପାଇଁ ସୁଧ ସବସିଡି ଯୋଜନା ଆଣିବେ ସରକାର
- ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀର ବିକାଶ ପାଇଁ ସରକାର ଚଳିତ ଆର୍ଥିକ ବର୍ଷ ଏବଂ ଭବିଷ୍ୟତ ବର୍ଷଗୁଡ଼ିକରେ ୧୫,୦ କୋଟି ଟଙ୍କା ବ୍ୟୟ ବରାଦ କରିବେ।
- ଘରୋଇ କ୍ଷେତ୍ର ଦ୍ୱାରା ଭିତ୍ତିଭୂମିରେ ଘରୋଇ ପୁଞ୍ଜିନିବେଶକୁ ଭାୟାବିଲିଟି ଗ୍ୟାପ୍ ପାଣ୍ଠି ଏବଂ ସକ୍ଷମ ନୀତି ମାଧ୍ୟମରେ ପ୍ରୋତ୍ସାହିତ କରାଯିବ ।
- ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନାରେ ପ୍ରମୁଖ ୫୦୦ କମ୍ପାନିରେ ଯୁବପିଢିଙ୍କୁ ଇଣ୍ଟର୍ନସିପ ସୁବିଧା । ମାସିକ ୫ ହଜାର ଟଙ୍କା ଭତ୍ତା ମିଳିବ।
- ମୁଦ୍ରା ଯୋଜନାଅଧୀନରେ ଋଣ ସୀମା କୁ ଦୁଇଗୁଣା କରି ୨୦ ଲକ୍ଷ ଟଙ୍କା କରାଯିବ ।
- ୧୦୦ଟି ସହରରେ ଶିଳ୍ପ ପାର୍କ ବିନିଯୋଗ ପାଇଁ ମଧ୍ୟ କେନ୍ଦ୍ର ସରକାର ପ୍ରୋତ୍ସାହିତ କରିବେ।
- କୃଷି ଉତ୍ପାଦନ ବୃଦ୍ଧି, ଗବେଷଣା ଓ ଜଳବାୟୁ ପରିବର୍ତ୍ତନ ସହନକ୍ଷମ କିସମ ଉପରେ ଗୁରୁତ୍ବ ।
- ପ୍ରତିରକ୍ଷା ପାଇଁ ୪.୫ ଲକ୍ଷ କୋଟିର ବ୍ୟୟବରାଦ ।