ଶରଦ ପାୱାରଙ୍କୁ ବଡ଼ ଝଟକା

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ହିଁ ପ୍ରକୃତ ଏନସିପି(ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି)ବୋଲି ନିର୍ବାଚନ କମିଶନ ମଙ୍ଗଳବାର ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ଏହା ସହ ଅଜିତ ପାୱାର ଗୋଷ୍ଠୀ ଏନସିପିର ଦଳୀୟ ନାମ ଏବଂ ନିର୍ବାଚନ ଚିହ୍ନ(ଘଣ୍ଟା) ବ୍ୟବହାର କରିବାକୁ ହକଦାର । ସମସ୍ତ ପ୍ରମାଣକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନଙ୍କ ତରଫରୁ ସ୍ପଷ୍ଟ କରାଯାଇଛି । ନିର୍ବାଚନ କମିଶନଙ୍କ ଏହି ଘୋଷଣା ଶରଦ ପାୱାରଙ୍କ ପାଇଁ ବଡ଼ ଝଟକା ଦେଇଛି ।