ଶଙ୍ଖ ଭବନରେ ସୁରଙ୍କ ପୁଅ

ଆଜି ବିଜେଡ଼ିରେ ସାମିଲ ହୋଇଛନ୍ତି କ୍ୟାପଟେନ ମନ୍ମଥ ରାଉତରାୟ । ନିଜ ହଜାର ହଜାର ସମର୍ଥକଙ୍କୁ ଧରି ବିରାଟ ପଟୁଆରରେ ଆସି ଶଙ୍ଖ ଭବନରେ ପହଞ୍ଚିଥିଲେ । ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ମନ୍ମଥ ରାଉତରାୟ । ଶଙ୍ଖ ଭବନରେ ପହଞ୍ଚି ମନ୍ମଥ କହିଛନ୍ତି, ନବୀନନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛି । ଏହା ମୋ ପାଇଁ ଗର୍ବର ମୁହୂର୍ତ୍ତ । ଅନ୍ୟପଟେ ମନ୍ମଥ ବିଜେଡି ଟିକେଟରୁ ଜଟଣୀରୁ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏପରିକି ଭୁବନେଶ୍ୱର ଲୋକସଭା ଆସନରେ ମଧ୍ୟ ମନ୍ମଥଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।