କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଶିଖ୍ ସଂପ୍ରଦାୟ ଟିପ୍ପଣୀ ପାଇଁ ଆଜି ଦିଲ୍ଲୀ ବିଜେପି ପକ୍ଷରୁ ହଜାର ହଜାର ଶିଖ୍ ସଦସ୍ୟ ରାହୁଲଙ୍କ ବିରୋଧରେ ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି। ଶିଖ୍ ଗୋଷ୍ଠୀ ଆଜି ରାହୁଲ ଗାନ୍ଧୀଙ୍କ ବାସଭବନ ଅଭିମୁଖେ ଆନ୍ଦୋଳନ ଯାତ୍ରା କରିଥିଲେ। ସେମାନେ ହାତରେ ପ୍ଲାକାର୍ଡ ଧରି ଏବଂ ସ୍ଲୋଗାନ୍ ଦେଇ ବିଜୟ ଭବନଠାରୁ ୧୦ ଜନପଥ ବାସଭବନ ଅଭିମୁଖେ ଆନ୍ଦୋଳନ ଯାତ୍ରା କରିଥିଲେ ଏବଂ ସେଠାରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ତୁରନ୍ତ ଏହି ମାମଲାରେ କଂଗ୍ରେସ କ୍ଷମାପ୍ରାର୍ଥନା କରିବାକୁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି। ରାହୁଲ ଓ ସୋନିଆ ଗାନ୍ଧୀଙ୍କ ବାସଭବନ ସମ୍ମୁଖରେ ଉତ୍ତେଜନା ବଢ଼ିବାରୁ ପୁଲିସ ଅନେକ ଶିଖ୍ ନେତାଙ୍କୁ ଅଟକ ରଖିଥିଲା। ବିଜେପି ନେତା ଆର୍ପି ସିଂହଙ୍କୁ ମଧ୍ୟ ଆଜି ପୁଲିସ ଅଟକ ରଖିଥିଲା।ରାହୁଲ ଗାନ୍ଧୀ ତୁରନ୍ତ କ୍ଷମାପ୍ରାର୍ଥନା କରିବାକୁ ଦାବି କରି ସେ କହିଛନ୍ତି, ରାହୁଲ ଭାରତକୁ ଅପମାନିତ କରିବାପାଇଁ ବିଦେଶ ମାଟିର ବ୍ୟବହାର କରିଛନ୍ତି। ଉଲ୍ଲେଖଯୋଗ୍ୟ, ରାହୁଲ ଗାନ୍ଧୀ ଆମେରିକାରେ କହିଥିଲେ ଯେ ଭାରତରେ ଶିଖ୍ ସମ୍ପ୍ରଦାୟର ଲୋକଙ୍କୁ ପଗଡ଼ି କିମ୍ବା କଡା ପିନ୍ଧିବାରେ ଅସୁବିଧା ହେଉଛି। ସେମାନଙ୍କୁ ଗୁରୁଦ୍ବାର ଯିବାକୁ ଦିଆଯାଉନି ବୋଲି ମଧ୍ୟ ରାହୁଲଙ୍କ ଟିପ୍ପଣୀ ଆଲୋଡ଼ନ ସୃଷ୍ଟି କରିଛି। ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧୀ ଶିଖ୍ ସମ୍ପ୍ରଦାୟକୁ ଅପମାନିତ କରିଛନ୍ତି ଏବଂ ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ପାଇଁ କଂଗ୍ରେସ ଦଳ ହିଁ ଦାୟୀ।
Trending
- ‘ୟୁନିଟ୍-୧’ ହାଟ ରେ ଭୟାବହ ଅଗ୍ନିକାଣ୍ଡ
- ପୀତବାସ ପଣ୍ଡା ହତ୍ୟା, ହୋଇଥିଲା ୫୦ ଲକ୍ଷ ଟଙ୍କାର ଡିଲ୍
- ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡ଼ି ନେତା ବିକ୍ରମ ପଣ୍ଡା ଗିରଫ
- ପୀତବାସ ହତ୍ୟା ମାମଲା,ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୁଲିସ
- ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ଆର୍ଥିକ ଅନଗ୍ରସର ତଥା ନିମ୍ନ ଆୟବର୍ଗମାନଙ୍କ ପାଇଁ ସୁରକ୍ଷିତ ଓ ସ୍ଥାୟୀ ଆଶ୍ରୟସ୍ଥଳ ସୁନିଶ୍ଚିତ ହେଉଛି
- ଧୂଆଁମୟ ଦିଲ୍ଲୀର ଆକାଶ
- INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ସୈନିକମାନଙ୍କ ସହ ପାଳିଲେ ଦୀପାବଳି ଉତ୍ସବ
- ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ ଛୁରିଆ
- ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
- ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍ଟ୍ୟାଗ ବାର୍ଷିକ ପାସ୍
Prev Post
Next Post