ରାଜ୍ୟରେ ହଟିବ ଝୁମ୍ପୁଡ଼ି ଘର

୨୦୩୬ ସୁଦ୍ଧା ନୂଆ ଓଡ଼ିଶା ଦେଖିବ ସାରା ବିଶ୍ୱ । ଆଧୁନିକ ଓ ବିକଶିତ ଓଡ଼ିଶା ପାଇଁ ଶପଥ ନିଆଯାଇଛି । ଓଡ଼ିଶା ଅସ୍ମିତାକୁ ବିଶ୍ୱ ଦରବାରରେ ପହଞ୍ଚାଯିବ । ବିଜେପି ସରକାର ଲୋକଙ୍କ ସରକାର ହେବ । ରାଜ୍ୟ ମୁଖ୍ୟମନ୍ତ୍ରୀ ଲୋକଙ୍କ ମୁଖ୍ୟମନ୍ତ୍ରୀ ହେବେ । ସରକାର ଲୋକଙ୍କ ପାଖରେ ପହଞ୍ଚିବାକୁ ଗୁରୁତ୍ୱ ।’ସେହିପରି ସୁରେଶ ପୂଜାରୀ କହିଛନ୍ତି ଯେ, ‘ରାଜ୍ୟରେ ୨୦୨୯ ବେଳକୁ ଝୁମ୍ପୁଡ଼ି ଘର ରହିବନି । ଆମେ ସେମାନଙ୍କୁ ଘର ଦେବାକୁ ଯୋଜନା କରିବୁ । ଜବରଦଖଲକାରୀଙ୍କୁ ହଟାଇବା କାମ ଚାଲିବ । ପ୍ରଭାବଶାଳୀ ଲୋକ ବି ଜବରଦଖଲ କରି ରଖିଛନ୍ତି । ସରକାର ଓ ମହାପ୍ରଭୁଙ୍କ ଜମି ବି ଜବରଦଖଲରେ ଅଛି । ସରକାର ଜମିର ଜବରଦଖଲକୁ ମୁକ୍ତ କରାଯିବ । ଅଧିକ ଜମି ନେଇଥିଲେ ଫେରାଇ ଅଣାଯିବ ।