ପଞ୍ଜାବର ଜେଲ ଭିତରେ ବିକ୍ରି ହେଉଛି ନିଶାଦ୍ରବ୍ଯ । ମାନ୍ ସରକାର ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ଯ ନବଜୋତ ସିଂ ସିଦ୍ଧୁ । ବଡକଥା ହେଉଛି ଯଦି ଏହି ଅଭିଯୋଗ ମିଥ୍ଯା ସାବ୍ଯସ୍ତ ହୁଏ ତେବେ ସେ ରାଜନୀତିରୁ ସନ୍ନ୍ଯାସ ନେବେ ବୋଲି କହିଛନ୍ତି ସିଦ୍ଧୁ । ଜେଲ୍ ଭିତରେ ନିଶାଦ୍ରବ୍ଯ ବିକ୍ରି ହେଉଥିଲେ ବି ସରକାର କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ମୁଖ୍ଯମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କୁ ସେ ଟାର୍ଗେଟ କରିଛନ୍ତି ।ମୁଖ୍ଯମନ୍ତ୍ରୀଙ୍କ ହାତରେ ଜେଲ୍ ବିଭାଗ ଥିଲେ ବି କିପରି ଜେଲରେ ଡ୍ରଗ୍ସ ବିକ୍ରି ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । 1988ରେ ରୋଡରେଜ୍ ମାମଲାରେ ସୁପ୍ରିମକୋର୍ଟ ନିର୍ଦ୍ଦେଶରେ 10 ମାସ ଜେଲଦଣ୍ଡ ଭୋଗିଥିବା ସିଦ୍ଧୁଙ୍କ ବୟାନ ଚାଞ୍ଚଲ୍ଯ ସୃଷ୍ଟି କରିଛି । 1988ର ରୋଡରେଜ ଘଟଣାରେ ପାଟିଆଲାରେ ଗୁରନାମ ସିଂଙ୍କ ମୃତ୍ଯୁ ହୋଇଥିଲା ।
Trending
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ମୟୂରଭଞ୍ଜର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର – ଧର୍ମେନ୍ଦ୍ର ପ୍ରଧାନ
- ଇ-ପ୍ରଶାସନର ଜ୍ୱଳନ୍ତ ଉଦାହରଣ ପାଲଟିଛି କେନ୍ଦୁଝରର ଶୁଆକାଟି ପଞ୍ଚାୟତ
- ଆସାମରେ ୫.୮ ତୀବ୍ରତାର ଭୂକମ୍ପ ଅନୁଭୂତ
Next Post