ପଶ୍ଚିମବଙ୍ଗର ଜାମିଆତ୍ ଉଲେମା-ଏ-ହିନ୍ଦ ତଥା ଟିଏମସି ନେତା ସିଦ୍ଦିକୁଲାହ ଚୌଧୁରୀ ଜ୍ଞାନବାପୀ ମାମଲାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି । ଏହା ସହ ମସଜିଦକୁ ନେଇ ଚାଲିଥିବା ବିବାଦ ଉପରେ ମଧ୍ୟ ସେ ଟିପ୍ପଣୀ ଦେଇଛନ୍ତି । ‘ଯଦି ଆପଣ ପଶ୍ଚିମବଙ୍ଗ ଆସନ୍ତି ତେବେ ଆମେ ଆପଣଙ୍କୁ ଘେରାଉ କରିବୁ’ ବୋଲି ସିଦ୍ଦିକୁଲାହ ଚୌଧୁରୀ ଯୋଗୀ ଆଦିତ୍ୟନାଥଙ୍କୁ ଚେତାବନୀ ଦେଇଛନ୍ତି । ଏହା ସହ ସେ ହିନ୍ଦୁମାନଙ୍କୁ ଜ୍ଞାନବାପୀ ମସଜିଦ୍ ଶୀଘ୍ର ଖାଲି କରିବା ପାଇଁ ନିବେଦନ କରିଛନ୍ତି ।ଦିନକୁ ଦିନ ଜ୍ଞାନବାପୀ ମସଜିଦ୍ ମାମଲାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏଥିମଧ୍ୟରେ ମସଜିଦରେ ପୂଜାର୍ଚ୍ଚନା ଉପରେ ରୋକ୍ ଲଗାଇବା ପାଇଁ ଜାମିଆତ୍ ଉଲେମା-ଏ-ହିନ୍ଦ ପକ୍ଷରୁ କୋଲକାତାରେ ରାଲି ପ୍ରଦର୍ଶନ କରାଯାଇଥିଲା । ଏହି ରାଲିରେ ଯୋଗୀ ଆଦିତ୍ୟନାଥଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ ଚୌଧୁରୀ । ଯୋଗୀ ଆଦିତ୍ୟନାଥ ଯଦି ପଶ୍ଚିମବଙ୍ଗ ଆସନ୍ତି ତେବେ ତାଙ୍କୁ ଯିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ । ସେ କହିଥିଲେ, ‘ମସଜିଦରେ ହିନ୍ଦୁମାନେ ଜବରଦସ୍ତି ପୂଜା ଆରମ୍ଭ କରିଛନ୍ତି । ସେମାନେ ତୁରନ୍ତ ମସଜିଦ୍ ଖାଲି କରନ୍ତୁ । ଆମେ ମନ୍ଦିରରେ ନମାଜ୍ ପଢ଼ିବା ପାଇଁ ଯାଉନୁ ତେବେ ହିନ୍ଦୁମାନେ ଆମ ମସଜିଦରେ କ’ଣ ପାଇଁ ଆସୁଛନ୍ତି ? ଯଦି କେହି ଆମ ମସଜିଦକୁ ମନ୍ଦିରରେ ପରିଣତ କରିବାକୁ ଚାହାଁନ୍ତି ତେବେ ଆମେ ଚୁପ୍ ବସିବୁ ନାହିଁ । ଏମିତି ହୋଇପାରିବ ନାହିଁ ।
Trending
- ଉଦ୍ଘାଟନର ମାତ୍ର ୧୭ ଦିନ ଭୁଶୁଡ଼ିଲା ୧୬ କୋଟି ଟଙ୍କାରେ ନିର୍ମିତ ବ୍ରିଜର ଆପ୍ରୋଚ୍ ରୋଡ୍
- ଛାତ୍ର ଆନ୍ଦୋଳନ: ଅପରାଧିକ ରେକର୍ଡ ନଥିବା ୧୮ ବର୍ଷରୁ କମ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
- ମହାନଦୀରେ ବନ୍ୟାଜଳକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ପକ୍ଷରୁ ସତର୍କତା ଜାରି
- ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ,ଘୋଷଣା କଲେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି
- ନବଦିନାତ୍ମକ ଯାତ୍ରା ସାରି ରତ୍ନବେଦୀରେ ବିଜେ ହୋଇଛନ୍ତି ଶ୍ରୀଜିଉ , ଆଜି ଶ୍ରୀମନ୍ଦିରରେ ବାହାରିବ ନୀଳାଚଳ ଅବଢ଼ା
- ମୁଖ୍ୟମନ୍ତ୍ରୀଙ୍କ ୧୯ତମ ଅଭିଯୋଗ ଶୁଣାଣି,୧୨ ଜଣ ରୋଗୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬ ଲକ୍ଷ ୧୫ ହଜାର ଟଙ୍କା ପ୍ରଦାନ
- ପାରଳାଖେମୁଣ୍ଡି ACF ସୌମ୍ୟ ମୃତ୍ୟୁ ମାମଲାରେ ବଡ଼ ମୋଡ଼,ଆତ୍ମସମର୍ପଣ କଲେ ଗଜପତିର ତତ୍କାଳୀନ DFO ସଂଗ୍ରାମ ବେହେରା
- ନାଇଡୁ ରିପୋର୍ଟ ଫାଇଲକୁ ନେଇ ବଡ଼ ପଦକ୍ଷେପ,ନାଇଡୁ କମିସନ ଫାଇଲ ଖୋଜିବ କ୍ରାଇମବ୍ରାଞ୍ଚ
- କକରୋଚ୍ ଜନତା ପାର୍ଟି ପରେ ଇ୨୦ ଜନତା ପାର୍ଟି ମୁଣ୍ଡ ଟେକିଛି, ୧୦୦ ପ୍ରତିଶତ ଶୁଦ୍ଧ ପେଟ୍ରୋଲ ମିଳିବା ଦାବି ନେଇ ଆନ୍ଦୋଳନ ଓ୍ବହ୍ଲାଇବ
- ଆଜି ନୀଳାଦ୍ରି ବିଜେ,ମହାପ୍ରଭୁ ରସଗୋଲା ଦେଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ
Prev Post
Next Post