ଭୋଟ ଚୋରି ପ୍ରସଙ୍ଗରେ ବିରୋଧୀଙ୍କ ପଦଯାତ୍ରା

 

ଭୋଟ ଚୋରି ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଛି ।  ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୋଟର ତାଲିକାରେ ଅନିୟମିତତା ସମ୍ପର୍କରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ନିର୍ବାଚନ କମିଶନ କାର୍ଯ୍ୟାଳୟ ବାହାରେ ଦିଲ୍ଲୀ ପୋଲିସ ସହିତ ଅର୍ଦ୍ଧସାମରିକ ବାହିନୀର କର୍ମଚାରୀମାନଙ୍କୁ ମୂତୟନ କରାଯାଇଛି। ବ୍ୟାରିକେଡ୍ କରି ପଦଯାତ୍ରାକୁ ଅଟକାଯାଇଥିଲା। ଅନେକ ସାଂସଦ ବ୍ୟାରିକେଡ୍ ଉପରକୁ ଚଢ଼ି ଡେଇଁ ପଡ଼ିଥିଲେ। ଅଖିଳେଶ ଯାଦବ ବ୍ୟାରିକେଡ୍ ଉପରୁ ଡେଇଁ ପଡ଼ିଥିଲେ। ଟିଏମସି ସାଂସଦ ସାଗରିକା ଘୋଷ ଏବଂ ମହୁଆ ମୋଇତ୍ର ବ୍ୟାରିକେଡ୍ ଉପରକୁ ଚଢ଼ିଥିଲେ। ପରେ ଅଖିଳେଶ ଯାଦବ ଧାରଣାରେ ବସିଥିଲେ।

ଏହାକୁ ନେଇ ବିରୋଧୀ ଦଳର ସାଂସଦମାନେ ସଂସଦର ମକର ଦ୍ୱାରରୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରିଛନ୍ତି । ତେବେ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧିଙ୍କ ସମେତ ବହୁ ସାଂସଦଙ୍କୁ ଉଠାଇ ନେଇଛି ପୋଲିସ। ଏହି ସମୟରେ ସୃଷ୍ଟି ହୋଇଥିଲା ଧସ୍ତାଧସ୍ତି ପରିସ୍ଥିତି। ଏପରିକି ପୋଲିସର ବ୍ୟାରିକେଡ୍ ଡେଇଁବାକୁ କେତେକ ସାଂସଦ ଚେଷ୍ଟା କରିଥିବା ଦେଖାଯାଇଥିଲା।

Leave a comment