ଆଉ କିଛି ମାସ ପରେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିସହିତ ଚଳିତ ବର୍ଷ ଓଡ଼ିଶା ସମେତ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବ । ତେବେ ଏହା ମଧ୍ୟରେ କଂଗ୍ରେସର ଷ୍ଟାର ଲିଡର ତଥା ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ‘ଭାରତ ଯୋଡ଼ ଯାତ୍ରା’ ଆରମ୍ଭ ହୋଇଯାଇଛି । ଜାନୁଆରୀ ୧୪ ତାରିଖରୁ ମଣିପୁରରୁ ଏହି ଯାତ୍ରା ଆରମ୍ଭ ହୋଇ ୬୬ ଦିନରେ ୧୫ଟି ରାଜ୍ୟ ଓ ୧୧୦ଟି ଜିଲ୍ଲା ଦେଇ ଯିବ ।ଆସନ୍ତା ମାର୍ଚ୍ଚ ମାସ ୨୦ ତାରିଖରେ ଏହି ଯାତ୍ରା ସମାପ୍ତ ହେବ । ଏହି ଯାତ୍ରା ପରେ ୨-୩ ମାସ ମଧ୍ୟରେ ଦେଶରେ ସାଧାରଣ ନିର୍ବାଚନ ହୋଇପାରେ । ତେଣୁ ଏହି ଯାତ୍ରା କଂଗ୍ରେସର ଭୋଟ ବ୍ୟାଙ୍କକୁ ବୃଦ୍ଧି କରିବାରେ କେତେଦୂର ସହାୟକ ହେବ ତା’ ଉପରେ ଏବେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ବିଶେଷ କରି ଓଡ଼ିଶା ଉପରେ ଏହି ଯାତ୍ରାର ପ୍ରଭାବ କ’ଣ ରହିବ ତା’ ଉପରେ ମଧ୍ୟ ଆଲୋଚନା ଦେଖିବାକୁ ମିଳିଛି । ରାଜ୍ୟର ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଦେଇ ରାହୁଲଙ୍କ ଏହି ଯାତ୍ରା ଅତିକ୍ରମ କରିବ । ତେଣୁ ଏହା ରାଜ୍ୟର ଭୋଟରଙ୍କ ମଧ୍ୟରେ କଂଗ୍ରେସ ସପକ୍ଷ ବାତାବରଣ ସୃଷ୍ଟି କରିପାରିବ ବୋଲି କଂଗ୍ରେସ ନେତାଙ୍କର ବିଶ୍ୱାସ ରହିଛି ।ଗତବର୍ଷ କଂଗ୍ରେସ କର୍ଣ୍ଣାଟକ ଓ ତେଲେଙ୍ଗନା ବିଧାନସଭା ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରି ସରକାର ଗଠନ କରିବା ପରେ ଦଳର ଆତ୍ମବିଶ୍ୱାସ ବହୁମାତ୍ରାରେ ବୃଦ୍ଧି ପାଇଥିଲା । ବିଶେଷ କରି କର୍ଣ୍ଣାଟକ ବିଜୟର ପ୍ରମୁଖ କାରଣ ମଧ୍ୟରୁ ଭାରତ ଯୋଡ଼ ଯାତ୍ରା ଏକ କାରଣ ଥିଲା ବୋଲି ଚର୍ଚ୍ଚା ହୋଇଥିଲା ।
Trending
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
- ଦିଲ୍ଲୀରେ ଖୁବ୍ ଜୋର୍ରେ ବର୍ଷା , ତଳିଆ ଅଞ୍ଚଳ ଆଣ୍ଠୁଏ ପାଣି
- ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିଏମ୍ସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
- ବନ୍ଧା ହେଲେ ଡିଏଫ୍ଓ ବାବୁ
- ଆଜି ଠୁ ପ୍ଲାଷ୍ଟିକରେ ପେଟ୍ରାଲ ବିକ୍ରୟ ନିଷେଧ
- ଧନକର ଇସ୍ତଫା ନା ଚାପର ବଶବର୍ତ୍ତୀ ହୋଇ ପଦତ୍ୟାଗ କଲେ
- ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର
Prev Post
Next Post