ବିହାରରେ ଏକ ବଡ଼ଧରଣର ରାଜନୈତିକ ହଲଚଲ ଦେଖିବାକୁ ମିଳିଛି । ଆରଜେଡି-ଜେଡିୟୁ ମେଣ୍ଟରେ ସୃଷ୍ଟି ହୋଇଛି ଫାଟ । ମେଣ୍ଟରୁ ଓହରି ଯାଇ ବିଜେପି ସହ ମିଶି ରାଜ୍ୟରେ ନୂଆ ସରକାର ଗଠନ କରିବା ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରୟାସ ଆରମ୍ଭ କରିଦେଇଛନ୍ତି । ତେବେ ଏହା ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଚୁପ୍ ବସି ନାହାନ୍ତି । ଏତେ ସହଜରେ ସେ ହାର ମାନିବେ ନାହିଁ ବୋଲି ନୀତିଶଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଛନ୍ତି ।ନୀତିଶ ବିଜେପି ସହ ମିଶି ସରକାର ଗଢ଼ିବା ଖବର ପାଇବା ପରେ ତେଜସ୍ୱୀ ସକ୍ରିୟ ହେବା ସହ ଆଜି ଦିନ ୧ଟାରେ ନିଜ ବାସଭବନରେ ଏକ ଜରୁରୀ ବୈଠକ ଡକାଇଛନ୍ତି । ଉକ୍ତ ବୈଠକରେ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ । ଏହା ପୂର୍ବରୁ ଲାଲୁ ପ୍ରସାଦ ଯାଦବ ନୀତିଶଙ୍କୁ ୫ ଥର ଫୋନ୍ କରିଥିବା ବେଳେ ସେ ଫୋନ୍ ଉଠାଇନଥିଲେ । ତେଣୁ ଜେଡିୟୁ-ଆରଜେଡି ଭିତରେ ବୁଝାମଣା ଏକପ୍ରକାର ଅସମ୍ଭବ ବୋଲି ସ୍ପଷ୍ଟ ହୋଇଛି ।ତେବେ ଏଭଳି ସ୍ଥିତିରେ ରାଜ୍ୟର ବିଧାୟକଙ୍କ ସଂଖ୍ୟା ଉପରେ ନଜର ପକାଇବାର ବେଳ ଆସିଯାଇଛି । ରାଜ୍ୟ ବିଧାନସଭାର ମୋଟ ସଦସ୍ୟ ସଂଖ୍ୟା ୨୪୩ ହୋଇଥିବା ବେଳେ ବହୁମତ ପାଇଁ ୧୨୨ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ଏବେ ଆରଜେଡି ପାଖରେ ୭୯ ଜଣ, ବିଜେପି ପାଖରେ ୭୮ ଜଣ, ଜେଡିୟୁ ପାଖରେ ୪୫ ଜଣ, କଂଗ୍ରେସ ପାଖରେ ୧୯ ଜଣ, ବାମ ଦଳର ୧୬ ଜଣ ବିଧାୟକ ରହିଛନ୍ତି । ବିଜେପି-ଜେଡିୟୁ ଦୁଇ ଦଳର ମୋଟ ବିଧାୟକଙ୍କ ସଂଖ୍ୟା ୧୨୩ ହେଉଛି । ସେହିପରି ଆରଜେଡି, କଂଗ୍ରେସ ଓ ବାମଦଳର ବିଧାୟକଙ୍କ ସଂଖ୍ୟା ମିଶିଲେ ୧୧୪ ହେଉଛି । ଏ କ୍ଷେତ୍ରରେ ବହୁମତ ମାତ୍ର ଆଉ ୮ଟି ସଂଖ୍ୟା କମ୍ ପଡ଼ୁଛି ।
Trending
- ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ,ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ
- ଛାତ୍ରଙ୍କ ସମର୍ଥନରେ ବାହାରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ,ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ୨ ଘଣ୍ଟା ମୌନ ବ୍ରତ କରିଛନ୍ତି ଆନ୍ନା
- ବିଲକୁ ଓଲଟିଲା ଘରୋଇ ବସ୍,୪୦ ଆହତ
- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍,ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
Prev Post
Next Post