୫ଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିସାରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) । ନଭେମ୍ବର ୩ ତାରିଖରୁ ୩୦ ତାରିଖ ମଧ୍ୟରେ ଏହି ସମସ୍ତ ରାଜ୍ୟରେ ଅଲଗା ଅଲଗା ଭାବେ ମତଦାନ ଚାଲିବ । ଏହାପରେ ଡିସେମ୍ବର ମାସ ୩ ତାରିଖରେ ଫଳାଫଳ ଘୋଷଣା କରାଯିବ ବୋଲି ଗତ ୯ ତାରିଖରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଘୋଷଣା କରିଥିଲେ ।ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ନଭେମ୍ବର ୨୩ରେ ରାଜସ୍ଥାନରେ ଭୋଟ ନେଇ ତାରିଖ ଘୋଷଣା କରାଯାଇଥିବା ବେଳେ ତାହାକୁ ନେଇ ଏବେ ରାଜନୈତିକ ଦଳମାନେ ମୁସ୍କିଲରେ ପଡ଼ିଯାଇଛନ୍ତି । ତେଣୁ ତାରିଖ ପରିବର୍ତ୍ତନ ଦାବି ନେଇ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିବାକୁ କିଛି ଦଳ ବିଚାର କରୁଛନ୍ତି । ନଭେମ୍ବର ୨୩ ତାରିଖରେ ଉଠନୀ ଏକାଦଶୀ ପଡ଼ୁଥିବା ବେଳେ ସେହିଦିନ ବହୁତ ବିବାହ କାର୍ଯ୍ୟକ୍ରମ ରହିଛି । ଫଳରେ ବିବାହର ପ୍ରଭାବ ଭୋଟ ହାର ଉପରେ ପଡ଼ିବାର ସମ୍ଭାବନା ରହିଛି । ସେଥିପାଇଁ ତାରିଖ ବଦଳାଇବା ନେଇ ଆୟୋଗଙ୍କୁ ଭାଜପା ଚିଠି ଲେଖିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି ।ନେତାଙ୍କ ମତରେ, ୪ ମାସ ପରେ ବିବାହ ପାଇଁ ଏହା ଏକ ଶୁଭ ମୁହୂର୍ତ୍ତ । ତେଣୁ ଏଭଳି ସ୍ଥିତିରେ ମତଦାତାଙ୍କୁ ବୁଥକୁ ନେବା ପ୍ରାର୍ଥୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହେବ । ବିବାହ ପାଇଁ ଅଧିକାଂଶ ଟ୍ରାନ୍ସପୋର୍ଟ ପୂର୍ବରୁ ବୁକିଂ ହୋଇ ସାରିଛି । ରାଜସ୍ଥାନ ନିର୍ବାଚନ ଅଧିକାରୀ ପ୍ରବୀଣ ଗୁପ୍ତା ଏ ବାବଦରେ ସ୍ପଷ୍ଟ ଉତ୍ତର ଦେଇ ନଥିଲେ । ଅନେକ ଭୋଟର ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଅନ୍ୟ ରାଜ୍ୟକୁ ଯିବେ । ଫଳରେ ଭୋଟ ହାର ହ୍ରାସ ପାଇପାରେ । ତେବେ ଶୁଭ ଦିନ, ଶୁଭ ମୁହୂର୍ତ୍ତରେ ନିର୍ବାଚନ ହେବା ଦରକାର ।
Trending
- ବ୍ୟକ୍ତିଗତ କାରଣରୁ ରାଜ୍ୟ ବାହାରକୁ କିମ୍ବା ବିଦେଶ ଯିବା ପାଇଁ ଅତି କମ୍ ରେ ୨୧ ଦିନ ପୂର୍ବରୁ ଛୁଟି ଆବେଦନ କରିବାକୁ ନିର୍ଦ୍ଦେଶ ଜାରି
- ବାହୁଡ଼ା ଯାତ୍ରା ବେଳେ ପୁଣି ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ମୃତକ ଜଣକ କଟକର ଅବିରାମ ଦାସ
- ପେପର ଲିକ୍ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ଏବଂ ୧୦ କୋଟିର ଜରିମାନା ଦେବାକୁ ପଡ଼ିବ
- ଆଜି ପବିତ୍ର ବାହୁଡ଼ା ଯାତ୍ରା, କାଳିଆର ପହଣ୍ଡି ବିଜେ ,ସାଆନ୍ତକୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଛି ଭକ୍ତ
- ଅଗଷ୍ଟ ୧୬ରେ ଡିଜିପି ଖୁରାନିଆଙ୍କ ଅବସର,ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
- ୨୬ ଦିନର ଅନଶନ ଭାଙ୍ଗିଲେ ସୋନମ ୱାଙ୍ଗଚୁକ,ଅହିଂସାର ପଥରେ ଆନ୍ଦୋଳନ ଜାରି ରଖିବାକୁ ଦେଲେ ଆହ୍ୱାନ
- ଆଜି ପବିତ୍ର ବାହୁଡ଼ା ଯାତ୍ରା , ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାବିଗ୍ରହ
- ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ,ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ
- ଛାତ୍ରଙ୍କ ସମର୍ଥନରେ ବାହାରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ,ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ୨ ଘଣ୍ଟା ମୌନ ବ୍ରତ କରିଛନ୍ତି ଆନ୍ନା
- ବିଲକୁ ଓଲଟିଲା ଘରୋଇ ବସ୍,୪୦ ଆହତ
Prev Post
Next Post