୫ଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିସାରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) । ନଭେମ୍ବର ୩ ତାରିଖରୁ ୩୦ ତାରିଖ ମଧ୍ୟରେ ଏହି ସମସ୍ତ ରାଜ୍ୟରେ ଅଲଗା ଅଲଗା ଭାବେ ମତଦାନ ଚାଲିବ । ଏହାପରେ ଡିସେମ୍ବର ମାସ ୩ ତାରିଖରେ ଫଳାଫଳ ଘୋଷଣା କରାଯିବ ବୋଲି ଗତ ୯ ତାରିଖରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଘୋଷଣା କରିଥିଲେ ।ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ନଭେମ୍ବର ୨୩ରେ ରାଜସ୍ଥାନରେ ଭୋଟ ନେଇ ତାରିଖ ଘୋଷଣା କରାଯାଇଥିବା ବେଳେ ତାହାକୁ ନେଇ ଏବେ ରାଜନୈତିକ ଦଳମାନେ ମୁସ୍କିଲରେ ପଡ଼ିଯାଇଛନ୍ତି । ତେଣୁ ତାରିଖ ପରିବର୍ତ୍ତନ ଦାବି ନେଇ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିବାକୁ କିଛି ଦଳ ବିଚାର କରୁଛନ୍ତି । ନଭେମ୍ବର ୨୩ ତାରିଖରେ ଉଠନୀ ଏକାଦଶୀ ପଡ଼ୁଥିବା ବେଳେ ସେହିଦିନ ବହୁତ ବିବାହ କାର୍ଯ୍ୟକ୍ରମ ରହିଛି । ଫଳରେ ବିବାହର ପ୍ରଭାବ ଭୋଟ ହାର ଉପରେ ପଡ଼ିବାର ସମ୍ଭାବନା ରହିଛି । ସେଥିପାଇଁ ତାରିଖ ବଦଳାଇବା ନେଇ ଆୟୋଗଙ୍କୁ ଭାଜପା ଚିଠି ଲେଖିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି ।ନେତାଙ୍କ ମତରେ, ୪ ମାସ ପରେ ବିବାହ ପାଇଁ ଏହା ଏକ ଶୁଭ ମୁହୂର୍ତ୍ତ । ତେଣୁ ଏଭଳି ସ୍ଥିତିରେ ମତଦାତାଙ୍କୁ ବୁଥକୁ ନେବା ପ୍ରାର୍ଥୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହେବ । ବିବାହ ପାଇଁ ଅଧିକାଂଶ ଟ୍ରାନ୍ସପୋର୍ଟ ପୂର୍ବରୁ ବୁକିଂ ହୋଇ ସାରିଛି । ରାଜସ୍ଥାନ ନିର୍ବାଚନ ଅଧିକାରୀ ପ୍ରବୀଣ ଗୁପ୍ତା ଏ ବାବଦରେ ସ୍ପଷ୍ଟ ଉତ୍ତର ଦେଇ ନଥିଲେ । ଅନେକ ଭୋଟର ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଅନ୍ୟ ରାଜ୍ୟକୁ ଯିବେ । ଫଳରେ ଭୋଟ ହାର ହ୍ରାସ ପାଇପାରେ । ତେବେ ଶୁଭ ଦିନ, ଶୁଭ ମୁହୂର୍ତ୍ତରେ ନିର୍ବାଚନ ହେବା ଦରକାର ।
Trending
- ଆଜି ୯୦ ବର୍ଷ ବୟସରେ ପଦାର୍ପଣ କଲେ ତିବ୍ଦତୀୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ଆଧ୍ୟାତ୍ମିକ ନେତା ଦଲାଇ ଲାମା
- ଳିତବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ
- ପୁରୀ ହେବ ‘ପୁରୀ ମହାନଗର ନିଗମ’ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଉଚ୍ଚ ଅଦାଲତକୁ ଗଲେ ଜଗା ପ୍ରଧାନ
- ଭୋଟର ତାଲିକାରୁ ବାଦ ପଡ଼ିପାରନ୍ତି 2 କୋଟି ଭୋଟର
- 6 ତାରିଖ ପ୍ରଥମ ବନ୍ୟାଜଳ ଛାଡ଼ିବ ହିରାକୁଦ
- ଜେଲ ଗଲେ ଜଗାପ୍ରଧାନ
- ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ହେବା ଆନ୍ଦୋଳନରୁ ଓହରିଲା ଓଏଏସ ସଂଘ
- ବିଏମସି ଅତିରିକ୍ତ କମିଶନର ଆକ୍ରମଣ ଘଟଣା : ଗିରଫ ହେଲେ ଜଗା ପ୍ରଧାନ
- ଜୁଲାଇ ୨୧ରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ
Prev Post
Next Post