ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ନୂଆ ଭାବେ ପ୍ରସ୍ତୁତ ନାଗରିକ କୈନ୍ଦ୍ରିକ ୱେବସାଇଟ୍କୁ ଉନ୍ମୋଚନ କରିଛନ୍ତି। ଏହି ୱେବ୍ସାଇଟରେ ମହିଳା ସଶକ୍ତୀକରଣ, ଅନ୍ତର୍ଭୁକ୍ତୀ ବିକାଶ, ଆଦିବାସୀ କଲ୍ୟାଣ, ଯୁବ ଓ କ୍ରୀଡ଼ା, କୃଷି, ଆଇଟି ଓ ପୁଞ୍ଜିନିବେଶ ଭଳି କ୍ଷେତ୍ରରେ ୫-ଟି ନେତୃତ୍ୱାଧୀନ ପରିବର୍ତ୍ତନର ଏକାଧିକ ସ୍ତମ୍ଭ ପ୍ରଦର୍ଶିତ ହୋଇଛି। ଲୋକଙ୍କ ସ୍ୱରକୁ ସୁଦୃଢ଼ କରିବା, ସେମାନଙ୍କୁ ରାଜ୍ୟର ପ୍ରଗତିରେ ଅଂଶୀଦାର କରିବା ଦିଗରେ ଦଳର ପ୍ରତିବଦ୍ଧତାକୁ ମଧ୍ୟ ଏହି ୱେବସାଇଟରେ ଦର୍ଶାଯାଇଛି। ୫-ଟି ଅଧ୍ୟକ୍ଷଙ୍କ ନିରନ୍ତର ପ୍ରୟାସ ଭାବେ ସମସ୍ତ ଜିଲ୍ଲାର ଲୋକଙ୍କ ଠାରୁ ମତାମତ ସଂଗ୍ରହ କରିବା ଏବଂ ଅଭିଯୋଗର ନିର୍ଦ୍ଧାରିତ ସମୟ ମଧ୍ୟରେ ସମାଧାନ କରିବା ପାଇଁ ୱେବସାଇଟ୍ରେ ଏକ ବିଭାଗ ରହିଛି। ଏହି ୱେବସାଇଟରେ ଏକ ଆଧୁନିକ ସୋସିଆଲ ମିଡିଆ ପ୍ଲାଟଫର୍ମ ରହିଛି ଯେଉଁଥିରେ ଡିଜିଟାଲ ଡୋମେନ୍ରେ ସମର୍ଥକ ଓ ନାଗରିକଙ୍କ ସହ ସମାନ ଭାବରେ ଯୋଡ଼ି ହେବା ପାଇଁ ଦଳର ପ୍ରୟାସକୁ ଦର୍ଶାଯାଇଛି ।
Trending
- ଆଜି ମିଳିବ ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି
- CJP କୁ ୪୩ ପ୍ରତିଶତ ଭୋଟରଙ୍କ ’ନା’
- ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଖୀ ବାନ୍ଧିଲେ ବ୍ରହ୍ମାକୁମାରୀ ଭଉଣୀ, ଛାତ୍ରୀ ଓ ବିଜେଡି ନେତ୍ରୀ
- ହିନ୍ଦୁ କୁଶରେ ଗ୍ଲେସିୟର ତରଳିବା ନେଇ ଚର୍ଚ୍ଚା,ଖୁଲାସା କଲା ICIMOD
- ସମସ୍ତ କଳ୍ପନା ଜଳ୍ପନା ଅନ୍ତ ଘଟିଛି, ଶେଷରେ IPS ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ
- ଗୋଳାବନ୍ଧ ବିସ୍ଥାପିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି ,୧୩୭୧ ପରିବାରକୁ ୭୫ କୋଟି ୬୦ଲକ୍ଷ ଟଙ୍କାର ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ କେଜ୍ ଘୋଷଣା
- ଆଜି ରକ୍ଷାବନ୍ଧନ ଅବସରରେ ‘ଆମ ବସ୍ ’ରେ ମାଗଣା ଯାତ୍ରା କରିବେ ମହିଳା ,
- ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ ରାଖୀ
- ହଷ୍ଟେଲକୁ ନେଇ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ,ଦୁଇ ଛାତ୍ର ଆହତ
- ଆୟୁଷ୍ମାନ ଭାରତ PM-JAY ଏବଂ BSKY/GJAY ସ୍ୱାସ୍ଥ୍ୟ ଯୋଜନାରେ ଅନିୟମିତତା ଅଭିଯୋଗ,ଘରୋଇ ହସ୍ପିଟାଲକୁ ଶୋ’ କଜ୍ ନୋଟିସ୍ ଜାରି
Prev Post
Next Post