ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ନୂଆ ଭାବେ ପ୍ରସ୍ତୁତ ନାଗରିକ କୈନ୍ଦ୍ରିକ ୱେବସାଇଟ୍କୁ ଉନ୍ମୋଚନ କରିଛନ୍ତି। ଏହି ୱେବ୍ସାଇଟରେ ମହିଳା ସଶକ୍ତୀକରଣ, ଅନ୍ତର୍ଭୁକ୍ତୀ ବିକାଶ, ଆଦିବାସୀ କଲ୍ୟାଣ, ଯୁବ ଓ କ୍ରୀଡ଼ା, କୃଷି, ଆଇଟି ଓ ପୁଞ୍ଜିନିବେଶ ଭଳି କ୍ଷେତ୍ରରେ ୫-ଟି ନେତୃତ୍ୱାଧୀନ ପରିବର୍ତ୍ତନର ଏକାଧିକ ସ୍ତମ୍ଭ ପ୍ରଦର୍ଶିତ ହୋଇଛି। ଲୋକଙ୍କ ସ୍ୱରକୁ ସୁଦୃଢ଼ କରିବା, ସେମାନଙ୍କୁ ରାଜ୍ୟର ପ୍ରଗତିରେ ଅଂଶୀଦାର କରିବା ଦିଗରେ ଦଳର ପ୍ରତିବଦ୍ଧତାକୁ ମଧ୍ୟ ଏହି ୱେବସାଇଟରେ ଦର୍ଶାଯାଇଛି। ୫-ଟି ଅଧ୍ୟକ୍ଷଙ୍କ ନିରନ୍ତର ପ୍ରୟାସ ଭାବେ ସମସ୍ତ ଜିଲ୍ଲାର ଲୋକଙ୍କ ଠାରୁ ମତାମତ ସଂଗ୍ରହ କରିବା ଏବଂ ଅଭିଯୋଗର ନିର୍ଦ୍ଧାରିତ ସମୟ ମଧ୍ୟରେ ସମାଧାନ କରିବା ପାଇଁ ୱେବସାଇଟ୍ରେ ଏକ ବିଭାଗ ରହିଛି। ଏହି ୱେବସାଇଟରେ ଏକ ଆଧୁନିକ ସୋସିଆଲ ମିଡିଆ ପ୍ଲାଟଫର୍ମ ରହିଛି ଯେଉଁଥିରେ ଡିଜିଟାଲ ଡୋମେନ୍ରେ ସମର୍ଥକ ଓ ନାଗରିକଙ୍କ ସହ ସମାନ ଭାବରେ ଯୋଡ଼ି ହେବା ପାଇଁ ଦଳର ପ୍ରୟାସକୁ ଦର୍ଶାଯାଇଛି ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post