ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବ ଏନଡିଏ ମେଣ୍ଟକୁ ପରାସ୍ତ କରିବା ଲାଗି ଗଠିତ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ଗୋଟିଏ ପରେ ଗୋଟିଏ ସମସ୍ୟା ବଢିବାରେ ଲାଗିଛି। ଏହି କ୍ରମରେ ମେଣ୍ଟର ଦୁଇ ଦଳ ଜେଡିୟୁ ଓ ଆରଜେଡି ମଧ୍ୟରେ ଆସନ ବୁଝାମଣା ଅଙ୍କ ଅସମାହିତ ରହିଛି। ବିହାରରେ ଏହି ଦୁଇ ଦଳର ପ୍ରମୁଖ ଉପସ୍ଥିତି ରହିବା ସହିତ କ୍ଷମତାସୀନ ଅଛନ୍ତି। ମାତ୍ର ଆଗାମୀ ଲୋକସଭା ନିର୍ବାଚନ ଲାଗି ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା କଥାବାର୍ତ୍ତା ହୋଇଥିବାବେଳେ ଏହା ଅସମାହିତ ରହିଛି। ବିହାରର ସୀତାମାଢ଼ି, ମାଧେପୁରା, ଗୋପାଳଗଞ୍ଜ, ସିୱାନ ଓ ଭାଗଲପୁର ବାଙ୍କା ଆସନକୁ ନେଇ ଦୁଇ ଦଳ ମଧ୍ୟରେ ଅବୁଝାମଣା ହୋଇଛି। ଲାଲୁ ପ୍ରସାଦ ଯାଦବଙ୍କ ନେତୃତ୍ବ ଆରଜେଡି ଏହିସବୁ ଆସନରେ ପ୍ରାର୍ଥୀ ଦେବାକୁ ଦାବି କରିଛି। ମାତ୍ର ଆରଜେଡିର ଏପରି ଦାବିକୁ ନୀତୀଶ କୁମାରଙ୍କ ନେତୃତ୍ବ ଜେଡିୟୁ ଅଗ୍ରାହ୍ୟ କରିଛି। ବିହାରରେ ମୋଟ ଲୋକସଭା ଆସନ ସଂଖ୍ୟା ୪୦। ୨୦୧୯ ନିର୍ବାଚନରେ ଏହି ୪୦ ଆସନରୁ ଜେଡିୟୁ ୧୬ଟିରେ, ବିଜେପି ୧୭ଟିରେ, କଂଗ୍ରେସ ଗୋଟିଏ, ଏଲଜେପି ୬ଟିରେ ବିଜୟୀ ହୋଇଥିଲା। ଆରଜେଡି ଗୋଟିଏ ହେଲେ ଆସନରେ ବିଜୟୀ ହୋଇପାରି ନଥିଲା। ୨୦୨୪ ନିର୍ବାଚନରେ ଜେଡିୟୁ ଏହାର ସମସ୍ତ ୧୬ଟି ଆସନରେ ନିଜର ପ୍ରାର୍ଥୀ ଦେବା ସହିତ ଅଧିକ ଦାବି କରିଛି। ବିଶେଷକରି ଗତ ନିର୍ବାଚନରେ ଯେଉଁସବୁ ଆସନରେ ଜେଡିୟୁର ଅଧିକ ପ୍ରଭାବ ରହିଥିଲା ସେଠାରେ ଏଥର ପ୍ରାର୍ଥୀ ଦେବାକୁ ଦାବି କରିଛି।
ପ୍ରାଥମିକ କଥାବାର୍ତ୍ତା ଅନୁଯାୟୀ ୪୦ଟି ଆସନରୁ ଆରଜେଡି ଓ ଜେଡିୟୁ ୧୬ଟି ଲେଖାଏଁ ଆସନରେ ପ୍ରାର୍ଥୀ ଦେବେ।
Trending
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
Prev Post