ଫ୍ଲୋର ଟେଷ୍ଟ ଝାଡ଼ଖଣ୍ଡରେ ସରକାରଙ୍କ ଭବିଷ୍ୟତ??

ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସାମ୍ନାରେ ବିଧାନସଭାରେ ବହୁମତ ପ୍ରମାଣ କରିବା ପାଇଁ ବଡ଼ ଚ୍ୟାଲେଞ୍ଜ ରହିଛି । ଏହି ଫ୍ଲୋର ଟେଷ୍ଟ ଝାଡ଼ଖଣ୍ଡ ସରକାରଙ୍କ ଭବିଷ୍ୟତ ନିଶ୍ଚିତ କରିବା । ଏହି ଫ୍ଲୋର ଟେଷ୍ଟରେ ସାମିଲ ହେବା ପାଇଁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ଏବଂ ମେଣ୍ଟର ସହଯୋଗୀ ଦଳର ପ୍ରାୟ ୪୦ ଜଣ ବିଧାୟକ ହାଇଦ୍ରାବାଦରୁ ରାଞ୍ଚି ଫେରିଛନ୍ତି । ଏହା ପୂର୍ବରୁ ସମସ୍ତ ବିଧାୟକଙ୍କୁ ହରଇଦ୍ରାବାଦର ଏକ ରିସର୍ଟରେ ରଖାଯାଇଥିଲା । ତେବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏହି ଫ୍ଲୋର ଟେଷ୍ଟରେ ସାମିଲ ହେବା ନେଇ ସମ୍ଭାବନା ରହିଛି ।କହିରଖୁଛୁ ଜାନୁଆରୀ ୩୧ରେ ହେମନ୍ତ ସୋରେନ୍ ଖାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଧାୟକ ଦଳର ବୈଠକରେ ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ପରେ ଫେବୃଆରୀ ୨ରେ ଚମ୍ପାଇ ସୋରେନ୍ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଥିଲେ । ୮୧ସଦସ୍ୟ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ସଂଖ୍ୟାଗରିଷ୍ଠତା ହେଉଛି ୪୧ । ତେବେ ବିଧାନସଭାରେ ୮୧ଟି ଆସନ ମଧ୍ୟରୁ ଗୋଟିଏ ଆସନ ଖାଲି ରହିଛି । ତେବେ ଚମ୍ପାଇ ସରକାରଙ୍କ ପାଖରେ ୪୩ ବିଧାୟକଙ୍କ ସମର୍ଥନ ରହିଥିବା ଦାବି କରିଛନ୍ତି । ସେହିପରି ବିଧାନସଭାରେ ଜେଏମ୍‌ଏମ୍‌, କଂଗ୍ରେସ, ଆରଜେଡି ଏବଂ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ମୋଟ୍ ୪୬ ଜଣ ବିଧାୟକ ଅଛନ୍ତି । ଏଥିମଧ୍ୟରୁ ଜେଏମ୍‌ଏମର ୨୮, କଂଗ୍ରେସର ୧୬, ଆରଜେଡି ଏବଂ ସିପିଆଇର ୧ ଲେଖାଏଁ ବିଧାୟକ ରହିଛନ୍ତି ।