NationalPolitics ଫେବ୍ରୁଆରି ୨୬ରେ ହାଜର ପାଇଁ ମନୀଷ ସିସୋଦିଆଙ୍କୁ ନୋଟିସ୍ ପଠାଇଲା ସିବିଆଇ Last updated Feb 20, 2023 ଦିଲ୍ଲୀର ଅବକାରୀ ନୀତିରେ ହୋଇଥିବା ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ନୋଟିସ୍ ପଠାଇଛି । ପଚରା ଉଚୁରା ପାଇଁ ଫେବ୍ରୁଆରି ୨୬ରେ ହାଜର ହେବାକୁ କୁହାଯାଇଛି । ତଦନ୍ତକାରୀ ସଂସ୍ଥା ମନୀଷ ସିସୋଦିଆଙ୍କୁ ଫେବ୍ରୁଆରି ୧୯ରେ ପଚରାଉଚରା ପାଇଁ ସମନ କରିଥିଲେ ମଧ୍ୟ ସେ ହାଜର ହେବା ପାଇଁ ଏକ ସପ୍ତାହ ସମୟ ମାଗିଥିଲେ । ଏହାକୁ ଗ୍ରହଣ କରି ସିବିଆଇ ସିସୋଦିଆଙ୍କୁ ଏକ ସପ୍ତାହ ସମୟ ଦେଇଛି । Share