ପୂର୍ବତନ ଛାତ୍ର ବିଜେଡି ସଭାପତି ହରିଶଙ୍କର ରାଉତ ଦଳ ଛାଡିଛନ୍ତି।ସେ ତିନି ଫର୍ଦ୍ଦର ଅଭିଯୋଗ ଦାଖଳ କରିଛନ୍ତି। ଛାତ୍ର ବିଜେଡି ସଭାପତି ଏବଂ ଯୁବ ବିଜେଡି ସଭାପତି ଭିକେ ପାଣ୍ଡିଆଙ୍କ ନିର୍ଦ୍ଦେଶରେ ହୋଇଥିବା ସେ ଅଭିଯୋଗ କରିଛନ୍ତି ।
ଯେଉଁମାନେ ପାଣ୍ଡିଆନଙ୍କ ନିର୍ଦେଶରେ କାମ କରୁଛନ୍ତି ସେମାନଙ୍କୁ ପଦପଦବୀ ମିଳୁଛି । ମୋତେ ତିନି ତିନିଥର ପ୍ରତିଶ୍ରୁତି ଦେଇ ଧୋକା ଦେଇଛି ଦଳ । ଜଣେ ଅଣ ଓଡ଼ିଆ ପାଣ୍ଡିଆନଙ୍କ ଯୋଗୁ ଦଳ ୨୦୨୪ ନିର୍ବାଚନରେ ଦଳ ପରାଜିତ ହେଲା ।
ଆଗକୁ ଦଳ ସମ୍ପୂର୍ଣ୍ଣ ଭାଙ୍ଗିଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୂର୍ବତନ ଛାତ୍ର ବିଜେଡି ସଭାପତି ।ଦଳରେ ମୋର ୨୦ ବର୍ଷର ତପସ୍ୟାକୁ ନଷ୍ଟ କରିଥିବା ନେତୃତ୍ୱଙ୍କୁ ପ୍ରଭୁ ଶ୍ରୀଜଗନ୍ନାଥ ନିଶ୍ଚିତ ଭାବେ ଉତ୍ତର ଦେବେ। କେବେଳ ସମୟକୁ ଅପେକ୍ଷା। ରାଉତ ଅଭିଯୋଗ କରିଛନ୍ତି, ଛାତ୍ର ଏବଂ ଯୁବ ଶାଖା ସଭାପତିଙ୍କ ଚୟନ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଅଣଦେଖା କରି କରାଯାଇଥିଲା। ପାଣ୍ଡିଆନ ଦଳର କାର୍ଯ୍ୟକାରିତାକୁ ନିୟନ୍ତ୍ରଣ କରୁଛନ୍ତି ବୋଲିସେ ଅଭିଯୋଗ କରିଛନ୍ତି।