ଧାରଣାରେ ସୂଚନାଧିକାର କର୍ମୀ
ଯାଜପୁର ବିଧାୟକ ପ୍ରବଣ ପ୍ରକାଶ ଦାସଙ୍କ ସରକାରୀ ବାସଭବନ ମରାମତି ଓ ନବୀକରଣରେ ବେଆଇନ୍ ଭାବେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଅଭିଯୋଗ । ଦୁର୍ନୀତି ଜଣାପଡ଼ିଯିବା ଭୟରେ ସୂଚନା ଅଧିକାର ଆଇନରେ ଆବେଦନ ହୋଇଥିବା ତଥ୍ୟ ଦେଉନାହିଁ ପ୍ରଶାସନ । ଏହାର ପ୍ରତିବାଦରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଧାରଣା ଦିଆଯାଇଛି । ୨୩ ଡିସେମ୍ବର ୨୦୨୩ରେ ପ୍ରଥମ ଥର ପାଇଁ ତଥ୍ୟ ଦେବାକୁ ଅପିଲ କରିଥିଲେ ସୂଚନା ଅଧିକାର କର୍ମୀ ପ୍ରକାଶ ଚନ୍ଦ୍ର ଦାସ । ତଥ୍ୟ ନ ମିଳିବାରୁ ଗତ ୧୦ ତାରିଖରେ ଉପରିସ୍ଥ କର୍ତ୍ତୃପକ୍ଷ ଓ ସରକାରଙ୍କୁ ଅଭିଯୋଗ କରିଥିଲେ । କିନ୍ତୁ ଏଯାଏ ପ୍ରଶାସନ ଓ ସରକାର କୌଣସି ତଥ୍ୟ ପ୍ରଦାନ କଲେ ନାହିଁ । ନିଜ ଦଳର ବିଧାୟକ ବୋଲି ୫ଟି ଓ ରାଜ୍ୟ ସରକାର ଦୁର୍ନୀତିକୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ ପ୍ରକାଶ ଚନ୍ଦ୍ର ଦାସ ।