କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର ପଶ୍ଚିମବଙ୍ଗ ଯାତ୍ରା କରି କୋଲକାତାରେ ଦୁର୍ଗା ପୂଜାର ଉଦଘାଟନ କରିଛନ୍ତି । ଏହା ସହ ଶାହା ପଶ୍ଚିମବଙ୍ଗ ରାଜନୀତିକୁ ମଧ୍ୟ ସରଗରମ କରିଥିବା ଦେଖିବାକୁ ମିଳିଛି । ଆଜି ପଶ୍ଚିମବଙ୍ଗକୁ ରାଜନୀତି କରିବାକୁ ଆସିନାହିଁ ବୋଲି କହି ପରୋକ୍ଷରେ ମମତା ବାନାର୍ଜୀ ସରକାରଙ୍କୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ପାର୍ବଣ ମାହୋଲ ଭିତରେ ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି । ସୂଚନା ଥାଉକି, କୋଲକାତାରେ ଦୁର୍ଗା ପୂଜାର ଉଦଘାଟନ କରି ପଶ୍ଚିମବଙ୍ଗବାସୀଙ୍କୁ ସମ୍ବୋଧନ ଦେଇଥିଲେ ଅମିତ ଶାହା । ଶାହା ତାଙ୍କ ସମ୍ବୋଧନରେ, ସମସ୍ତ ପଶ୍ଚିମବଙ୍ଗବାସୀଙ୍କୁ ନବରାତ୍ରର ଦ୍ୱିତୀୟ ତିଥିରେ ଦୁର୍ଗାପୂଜାର ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଏହା ସହ ମାଆ ଦୁର୍ଗାଙ୍କୁ ପ୍ରାର୍ଥନା କରୁଛି କି ପଶ୍ଚିମବଙ୍ଗରେ ଭ୍ରଷ୍ଟାଚାର, ଅତ୍ୟାଚାର ଶେଷ ହେଉ। ମୁଁ ପଶ୍ଚିମବଙ୍ଗ ଆସିବା ଜାରି ରଖିବି ଓ ରାଜ୍ୟରେ ପରିବର୍ତ୍ତନ ପାଇଁ ଲଢେଇ କରିବି ବୋଲି କହି ପରୋକ୍ଷରେ ମମତା ବାନାର୍ଜୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହା ପରେ ଶାହା କହିଥିଲେ, କେବଳ ମା’ ଦୁର୍ଗାଙ୍କ ଆଶୀର୍ବାଦ ନେବାକୁ ସିଧା ଗୁଜରାଟରୁ ପଶ୍ଚିମବଙ୍ଗ ଆସିଛି। ଆଜି ମୁଁ ପଶ୍ଚିମବଙ୍ଗ ରାଜନୀତି କରିବାକୁ ଆସିନାହିଁ। ଦୁର୍ଗା ମା’ଙ୍କ ନିକଟରେ ଦେଶର ସୁଖ ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରୁଛି। ତେବେ ଶାହାଙ୍କ ଏହି ତେରେଛା ବାଣକୁ ନେଇ ଏବେ ଜାତୀୟ ରାଜନୀତିରେ ଖୁବ ଚର୍ଚ୍ଚା ଦେଖିବାକୁ ମିଳୁଛି ।
Trending
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
- STF ର DIG ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଡକ୍ଟର କନୱର ବିଶାଲ ସିଂହ
- ସବୁଠୁ ଅଧିକ ସମୟ ଯାଏ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଭାଙ୍ଗିବେ ନେହରୁଙ୍କ ରେକର୍ଡ
- ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ
- ରାଜ୍ୟ କ୍ୟାବିନେଟ: ଆସିବ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ
- ଦିଲ୍ଲୀ ଗଲେ ନବୀନ
- ଓଡ଼ିଶା ସରକାରଙ୍କ ନୂଆ ନିର୍ଦ୍ଦେଶନାମା ,ଆଜି ଠାରୁ କେବଳ କିଣାହେବ ଇଭି ଯାନ
Prev Post
Next Post