ମେଘାଳୟରେ ମଧ୍ୟ ସରକାର ଗଠନ କରିବ ବିଜେପି। ମେଘାଳୟରେ ଦଳ ମାତ୍ର ୩ଟି ଆସନ ଜିତିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମାଙ୍କ ଏନପିପି ସହ ମିଶି ସରକାର ଗଠନରେ ସହାୟତା କରିବ। ମେଘାଳୟ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସରକାର ଗଠନ ପାଇଁ ସ୍ପଷ୍ଟ ସଂଖ୍ୟା ଗରିଷ୍ଠତା ମିଳିନାହିଁ। କିନ୍ତୁ ସାଙ୍ଗମାଙ୍କ ଏନପିପି ସର୍ବବୃହତ୍ତ ଦଳ ସହ ୨୬ଟି ଆସନ ଜିତିଛି।
ମ୍ୟାଜିକ ନମ୍ବର ଠାରୁ ଏହା ୫ କମ ହୋଇଥିବାରୁ ସାଙ୍ଗମା ତାଙ୍କ ପୁରୁଣା ସହଯୋଗୀ ବିଜେପିର ସହାୟତା ଲୋଡ଼ିଛନ୍ତି। ସେ ଜନାଦେଶ ପରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଫୋନ କରି ସରକାର ଗଠନ କରିବାରେ ସହାୟତା କରିବାକୁ ଅନୁରୋଧ କରିଥିଲେ।