ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇ ସାରିଛି। ନଭେମ୍ବର ୩୦ ତାରିଖରେ ଏଠାରେ ମତଦାନ ହେବ। ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ବରେ ଶାସକ ବିଆର୍ଏସ୍ ଏଠାରେ ଏବେ ଶାସନ କରୁଛି। କ୍ରମାଗତ ଭାବେ ତୃତୀୟ ଥର ଲାଗି କେସିଆର୍ ଶାସନକୁ ଫେରିବାକୁ ଆଶା ରଖିଛନ୍ତି। ଗତ ମେ ମାସରେ ପଡ଼ୋଶୀ କର୍ଣ୍ଣାଟକରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ପରାଜିତ ହୋଇଥିଲା। ସେଠାରେ କଂଗ୍ରେସ ସରକାରକୁ ଆସିଛି। କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପାଇଁ ଏଥର ତେଲେଙ୍ଗାନାରେ ଦ୍ଵିମୁଖୀ ଲଢ଼େଇ ହେବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା।କର୍ଣ୍ଣାଟକ ବିଜୟ ପରେ ତେଲେଙ୍ଗାନାରେ କେସିଆରଙ୍କ ଦଳ ବିଆର୍ଏସ୍ ସହିତ ଜୋରଦାର ଲଢ଼େଇ କରିବା ନେଇ କଂଗ୍ରେସର ଉତ୍ସାହ ବଢ଼ିଥିବାବେଳେ ବିଜେପି ଏଠାରେ ୧୧୯ଟି ଯାକ ବିଧାନସଭା ଆସନ ମଧ୍ୟରୁ ଅଧିକାଂଶ ଆସନରେ ପ୍ରାର୍ଥୀ ଦେବା ଉପରେ କାର୍ଯ୍ୟ କରୁଛି। ୨୦୨୦ରେ ବୃହତ୍ ହାଇଦ୍ରାବାଦ ମହାନଗର ନିଗମ ନିର୍ବାଚନରେ ୧୫୦ ଆସନରୁ ବିଜେପି ୪୮ଟି ଆସନରେ ଜିତିଥିଲା। ଏହାପରେ ତେଲେଙ୍ଗାନାରେ ବିଜେପି ଭଲ କରିବ ବୋଲି ଆଶା ରଖିଥିଲା। କିନ୍ତୁ ଏବେ ଅଧିକାଂଶ ଆସନରେ ବିଜେପିର ସ୍ଥିତି ଖରାପ ଥିଲେ ବି ଦଳ ନିର୍ବାଚନ ଲଢ଼ିବ। ସରକାରୀ ବିରୋଧୀ ହାୱାର ସଂପୂର୍ଣ୍ଣ ଲାଭ ଯେଭଳି କଂଗ୍ରେସକୁ ନଯାଏ ତାହାକୁ ଦୃଷ୍ଟିରେ ରଖି ବିଜେପି ପାର୍ଥୀ ଦେବ। ଏହାବ୍ୟତୀତ ତେଲେଙ୍ଗାନାରେ ଅନେକ ଆସନରେ ସଂଖ୍ୟାଲଘୁମାନଙ୍କ ଭୋଟ ବିଜୟରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ।
Trending
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
- ନୂଆପଡ଼ାରେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଫୋକସରେ ଚାଷୀ, ମହିଳା
- ରାତାରାତି ବଢିଗଲା ଆଳୁ-ପିଆଜ ଦର
- ମଙ୍ଗଳବାର ସ୍ଥଳଭାଗ ମୁହାଁଇବ ‘ମନ୍ଥା’
- ଆଜି ରାତି ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ‘ମୋନ୍ଥା’
- ସ୍ପଷ୍ଟ ହୋଇଛି ବାତ୍ୟା ‘ମୋନ୍ଥା’ ର ଗତିପଥ ,ଓଡ଼ିଶାର ୧୫ଟି ଜିଲା ଉପରେ ବାତ୍ୟାର ପ୍ରକୋପ
- ମନ୍ କି ବାତ୍ କାର୍ଯ୍ୟକ୍ରମର ୧୨୭ତମ ଏପିସୋଡ୍ , ଛଟ୍ ପର୍ବର ଗୁରୁତ୍ୱ ବୁଝାଇଛନ୍ତି ପ୍ରଧାନମନ୍ତ୍ରୀ
Prev Post
Next Post