ପୁଣିଥରେ ଯିବେ ରାଜ୍ୟସଭା। ଏଥର କିନ୍ତୁ ବିଜେଡି ନୁହଁ, ବିଜେପିରୁ ଯିବେ। ମମତା ମହାନ୍ତ ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ବିଧାନସଭାରେ ପହଂଚି ନାମାଙ୍କନ ଦାଖଲ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ନାମାଙ୍କନ ଭରିବା ପରେ ମମତା କହିଛନ୍ତି ଓଡ଼ିଶାବାସୀଙ୍କ ପାଇଁ ସେ ଦିଲ୍ଲୀରେ ସ୍ୱର ଉତ୍ତୋଳନ କରିବେ। ସେହିପରି ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ବିଜେପି ନେତା ତଥା ୨୦୨୪ ନିର୍ବାଚନରେ ଭୁବନେଶ୍ୱର-ମଧ୍ୟରୁ ବିଜେପି ପ୍ରାର୍ଥୀ ହୋଇଥିବା ଜଗନ୍ନାଥ ପ୍ରଧାନଙ୍କ ଶେଷ ମୁହୂର୍ତ୍ତରେ ନାମାଙ୍କନ ଦାଖଲକୁ ନେଇ ଚର୍ଚ୍ଚା ବଢିଛି। ସୂଚନା ଅନୁଯାୟୀ ଯଦି ମମତାଙ୍କ ନାମାଙ୍କନ କାଏମ ରୁହେ, ତେବେ ଜଗନ୍ନାଥ ନିଜ ନାମାଙ୍କନ ପ୍ରତ୍ୟାହାର କରିବେ।ମମତା ନାମାଙ୍କନ ଦାଖଲ କରିବା ପରେ ଘନେଇଛି ରାଜ୍ୟ ରାଜନୀତି। ବିଜେପି ବିଧାୟକ ଅଶୋକ ମହାନ୍ତି ବିସ୍ଫୋରକ ବୟାନ ଦେଇ କହିଛନ୍ତି ଆଗକୁ ଅନେକ ବିଜେଡି ନେତା ବିଜେପିରେ ସାମିଲ ହେବେ। ନବୀନ ବାବୁଙ୍କ ଏକଛତ୍ରବାଦ ଶାସନରେ ଅତିଷ୍ଠ ହୋଇ ଏବେ ସମସ୍ତେ ବିଜେପି ମୁହାଁ ।ସେପଟେ ବିଜେଡି କହିଛି, ବିଜେପି ଅନ୍ୟ ଦଳକୁ ଭାଙ୍ଗିବାକୁ ଉଦ୍ୟମ କରୁଛି। ବିଜେଡି କିନ୍ତୁ ଏକ୍ଦମ୍ ମଜଭୁତ୍। କେହି ଜଣେ ବି ନେତା ବିଜେପି ସଂପର୍କରେ ନାହାନ୍ତି ବୋଲି ବିଜେଡି ସ୍ପଷ୍ଟ କରିଛି।ତେବେ ମମତା ବିଜେଡି ଛାଡି ବିଜେପି ଯିବା ଏବଂ ବିଜେପି ପୁଣି ତାଙ୍କୁ ରାଜ୍ୟସଭା ପଠାଇବା ଅନେକ କିଛି ସୂଚାଉଛି। ହୁଏତ ବିଜେପି ସଂକେତ ଦେଉଛି ଯେ, ଯଦି କୌଣସି ଜନପ୍ରତିନିଧି ନିଜ ଦଳ ଛାଡି ବିଜେପିକୁ ଆସନ୍ତି ତେବେ ତାଙ୍କୁ ସୁରକ୍ଷା କବଚ ମିଳିବ। ଖାଲି ସେତିକି ନୁହଁ ବିଜେପି ନିଜ ତୃଣମୂଳ ସ୍ତରର ସଂଗଠନକୁ ସୁଦୃଢ଼ କରିବାକୁ ଏପରି ଯୋଜନା କରୁଥିବା ନେଇ ବି ଚର୍ଚ୍ଚା ହେଉଛି। ଯେଉଁଥିଲାଗି ଦକ୍ଷତା ସଂପନ୍ନ ନେତାଙ୍କ ଉପରେ ବିଜେପିର ନଜର।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Prev Post
Next Post