୫ଟି ରାଜ୍ୟର ବିଧାନସଭା ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ପାଇଁ ମତଦାନ ପ୍ରକ୍ରିୟା ସରିଥିବା ବେଳେ ଆସନ୍ତା ୩୦ରେ ତେଲେଙ୍ଗାରେ ମତଦାନ ଗ୍ରହଣ କରାଯିବ । ମଧ୍ୟପ୍ରଦେଶର ୨୩୦ ଆସନ, ରାଜସ୍ଥାନର ୨୦୦ ଆସନ, ଛତିଶଗଡ଼ର ୯୦ ଆସନ, ତେଲେଙ୍ଗାନାର ୧୧୯ ଆସନ ଓ ମିଜୋରାମରେ ୪୦ଟି ଆସନ ପାଇଁ ଜନତା ବିଜେତା ବାଛିବେ ।ଗତ ୨୦୧୮ ବିଧାନସଭା ନିର୍ବାଚନରେ ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଠନ କରିଥିବା ବେଳେ ଏଥର ଏହି ତିନୋଟି ରାଜ୍ୟରେ କଂଗ୍ରେସ-ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ଆସନ୍ତା ଡିସେମ୍ବର ମାସ ୩ ତାରିଖରେ ଫଳାଫଳ ଘୋଷଣା ହେବାକୁ ଥିବା ବେଳେ ତାହାକୁ ସାରା ଦେଶବାସୀ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି । ୨୦୨୪ ଲୋକସଭା ମେଗା ଫାଇଟ୍ ପୂର୍ବରୁ ୫ଟି ରାଜ୍ୟର ଏହି ସେମିଫାଇନାଲ ଫଳାଫଳ ଜନାଦେଶକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ।ନିକଟରେ କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ କରି ଆକ୍ସନ ମୋଡ଼କୁ ଚାଲି ଆସିଛି । ତେଣୁ ଯଦି ପୁଣି ୧/୨/୩ଟି ରାଜ୍ୟରେ ଦଳ କ୍ଷମତା ବଜାୟ ରଖେ ତେବେ ତାହା ଗେରୁଆ ଦଳ ପାଇଁ ନିଶ୍ଚିତ ଭାବେ ଚିନ୍ତାର କାରଣ ପାଲଟିବ । ଏପରି ସ୍ଥିତିରେ ଡିସେମ୍ବର ମାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଏକ ବଡ଼ ଅଗ୍ନି ପରୀକ୍ଷା ହୋଇପାରେ । ଦୀର୍ଘ ୨୭ ବର୍ଷ ଧରି ଗୁଜରାଟରେ ଶାସନ କ୍ଷମତାରେ ରହିଥିବା ବିଜେପି ଉପରେ ରାଜ୍ୟବାସୀ ପୁଣି ଥରେ ଆସ୍ଥା ପ୍ରକଟ କରିଥିଲେ । ତେଣୁ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଗଡ଼ବାସୀ କାହାକୁ ବାଛିବେ ତାହା ସମୟ କହିବ ।
Trending
- ‘ୟୁନିଟ୍-୧’ ହାଟ ରେ ଭୟାବହ ଅଗ୍ନିକାଣ୍ଡ
- ପୀତବାସ ପଣ୍ଡା ହତ୍ୟା, ହୋଇଥିଲା ୫୦ ଲକ୍ଷ ଟଙ୍କାର ଡିଲ୍
- ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡ଼ି ନେତା ବିକ୍ରମ ପଣ୍ଡା ଗିରଫ
- ପୀତବାସ ହତ୍ୟା ମାମଲା,ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୁଲିସ
- ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ଆର୍ଥିକ ଅନଗ୍ରସର ତଥା ନିମ୍ନ ଆୟବର୍ଗମାନଙ୍କ ପାଇଁ ସୁରକ୍ଷିତ ଓ ସ୍ଥାୟୀ ଆଶ୍ରୟସ୍ଥଳ ସୁନିଶ୍ଚିତ ହେଉଛି
- ଧୂଆଁମୟ ଦିଲ୍ଲୀର ଆକାଶ
- INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ସୈନିକମାନଙ୍କ ସହ ପାଳିଲେ ଦୀପାବଳି ଉତ୍ସବ
- ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ ଛୁରିଆ
- ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
- ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍ଟ୍ୟାଗ ବାର୍ଷିକ ପାସ୍
Prev Post